BREAKING
Loading...
:

ଶାଶୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଇଞ୍ଜିନିୟର୍‌ ବୋହୂ

 ଶାଶୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଇଞ୍ଜିନିୟର୍‌ ବୋହୂ



ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ବୋହୂ ତାଙ୍କ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର। ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଝିଅ ଏଭଳି ବୁଢ଼ି ଶାଶୁକୁ ମାଡ଼ ମାରୁଥିବା ବେଳେ ମା’ ଚୁପ୍ ରହି ଭିଡିଓ କରୁଥିବାରୁ ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ‌ଯେ, ଅଭିଯୁକ୍ତ ବୋହୂ ଓ ବୃଦ୍ଧ ଶାଶୁ କୌଣସି କଥାକୁ ନେଇ ଝଗଡ଼ା କରିବା ଆରମ୍ଭ କରୁଛନ୍ତି। ଏହା ପରେ ଶାଶୁ ଯାଇ ସିଢ଼ିରେ ବସୁଛନ୍ତି। ଏହା ଦେଖି ବୋହୂ ତାଙ୍କ ମାଡ଼ ମାରିବାରୁ ତାଙ୍କ ‌କେଶ ଖୋଲିଯାଉଛି। ବୋହୂ ଏଭଳି ମାଡ଼ ମାରୁଥିବା ଦେଖି ସେ ତୁରନ୍ତ ଯାଇ ଘରର କବାଟ ବାଡ଼ାଉଛନ୍ତି। ଏଥିରେ ରାଗିଯାଇ ବୋହୂ ତାଙ୍କୁ ଟାଣି ତଳେ ପକାଇବା ସହ ବିଧା ଗୋଇଠା ମାରୁଛି। ଏହି ସମୟରେ ବୋହୂର ମା’ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ପୀଡିତା ଶାଶୁ ଅଭିଯୋଗ କରିଛନ୍ତି, ଏହି ଘଟଣା ପରେ ସେ ଅନେକ ଦିନ ଧରି ପୋଲିସ ଷ୍ଟେସନକୁ ଯାଉଥିଲେ, କିନ୍ତୁ କୌଣସି ମାମଲା ରୁଜୁ ହୋଇନଥିଲା। ଅଭିଯୁକ୍ତ ବୋହୂଙ୍କ ବାପା ଦିଲ୍ଲୀ ପୋଲିସରେ ଜଣେ ସବ-ଇନ୍ସପେକ୍ଟର ବୋଲି କୁହାଯାଉଛି। ଏହି କାରଣରୁ ସ୍ଥାନୀୟ ପୋଲିସ ଉପରେ ଚାପ ପଡ଼ିଥିଲା ଏବଂ ସେମାନେ ମାମଲାକୁ ଅଣଦେଖା କରିଥିଲେ।ତଥାପି, ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଘଟଣାଟି ଆଲୋଚନା ହେବା ଆରମ୍ଭ ହୋଇଥିଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ପୋଲିସ ଆକାଂକ୍ଷା ଏବଂ ତାଙ୍କ ମା’ଙ୍କ ବିରୋଧରେ ଗୋବିନ୍ଦପୁରମ ଥାନାରେ ମାମଲା ରୁଜୁ କରିଛି।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS