BREAKING
Loading...
:

ବ୍ରହ୍ମପୁରାରେ ବାଙ୍କୀ ବିଜେପିର ସାଙ୍ଗଠନିକ ବୈଠକ

 ବ୍ରହ୍ମପୁରାରେ ବାଙ୍କୀ ବିଜେପିର ସାଙ୍ଗଠନିକ ବୈଠକ

 


ବାଙ୍କୀ,୧୩l୭(ମାନସ ରଞ୍ଜନ ସାହୁ ): ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରା ମଣ୍ଡଳ(ଜୋନ ନଂ-୩୫)ର ଅନୁଆରୀ ଶକ୍ତି କେନ୍ଦ୍ରର ପାଞ୍ଚଗୋଟି ବୁଥ ଯଥା- ୬୧,୬୨,୬୪,୬୫ ଏବଂ ୬୬ ନମ୍ବରର ସମସ୍ତ ବୁଥ କମିଟିର ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ମଇଜୋରିସ୍ଥିତ ବନ୍ୟା ଆଶ୍ରୟସ୍ଥଳି ଠାରେ ମଣ୍ଡଳ ସଭାପତି ବିଜୟ ବରାଡ଼ଙ୍କ ସ୍ୱଭାପତିତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ(ବୁଲୁ),ସାଂସଦ ପତିନିଧି ସରୋଜ ମତ୍ତଗଜସିଂ,ସରୋଜ ସାମନ୍ତରାୟ,ମଣ୍ଡଳ ପ୍ରଭାରୀ ସୁଶାନ୍ତ ଭଟ୍ଟ,ବର୍ଷୀୟାନ ନେତା ନବ କିଶୋର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ତାଙ୍କ ଉଦବୋଧନରେ ପୁରୁଣା ବିଜେପି କର୍ମୀ ନେଇ ବୁଥ କିପରି ଏବଂ କେଉଁ ଢ଼ଙ୍ଗରେ ସଶକ୍ତ ହେବା ସହିତ ପ୍ରତିପକ୍ଷ ବିରୋଧୀ ଦଳମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ମୁକାବିଲା କରାଯିବା ସହ ଭାରତରଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣ ଯୋଜନା କିପରି ବୁଥର ପ୍ରତ୍ୟେକ ଘରେ ଘରେ ପହଞ୍ଚିବ ସେ ସମ୍ବନ୍ଧରେ ଉପସ୍ଥିତ ବୁଥ କମିଟିର ସଭ୍ୟ/ସଭ୍ୟାମାନଙ୍କୁ ଅବଗତ କରାଇଥିଲେ ।ଏହି ବୈଠକରେ ଉକ୍ତ ଶକ୍ତିକେନ୍ଦ୍ରର ବିଭିନ୍ନ ଗ୍ରାମର ଶହେରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀମାନେ ବିଜେପିର ନୀତି,ଆଦର୍ଶ ଏବଂ ତୁଷାରକାନ୍ତଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଭାରତୀୟ ଜନତା ପାର୍ଟିରେ ନିଜକୁ ସାମିଲ କରିଥିଲେ । ସେମାନେ ହେଲେ କୁରୁମଚଇନି ଗ୍ରାମର ସର୍ବଶ୍ରୀ ମଦନମୋହନ ଗୋପାଳ ସେଠ(ପୂର୍ଵତ୍ତନ ସରପଞ୍ଚଙ୍କ ପୁତ୍ର),ଦୀପକ କୁମାର ରାଉତ ।ବୋତଲମା ଗ୍ରାମର ସନ୍ତୋଷ କୁମାର ଦଳେଇସୁମନ ଦେହୁରୀ,ନିତ୍ୟାନନ୍ଦ ମାଝୀ ମଇଜୋରି ଗ୍ରାମର ପ୍ରଭାତ ସାମଲ,ସନ୍ତୋଷ କୁମାର ସାମଲ ଗୋପ ଗ୍ରାମର ରେବତୀ ରାଉତ ଏବଂ ଦିଗମ୍ବର ରାଉତ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS