ଜରାଜୀର୍ଣ୍ଣ ମହିମା ମେରୁ ମଠ ପ୍ରତି ପ୍ରାଶାସନର ଦୃଷ୍ଟି ପଡୁ
ଖଣ୍ଡପଡ଼ା ୨୦/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହର ର୧ ନଂ ୱାଡ଼ର୍ର ର ପୁରାତନ ବସଷ୍ଟାଣ୍ଡ ସମୂଖରେ ରହିଛି ପ୍ରଭୁ ମହିମା ମେରୁ ମଠ। ଖଣ୍ଡପଡ଼ା ଦେବୋଦତ୍ତର ବିଭାଗ ଦ୍ଵାରା ପରିଚାଳିତ ହେଉଛି ଉକ୍ତ ମଠଟି ପ୍ରସାଶନ ସୂତ୍ରରୁ ଜଣାପଡିଛି।ରାଜରାଜୂଡା ଅମଳରୁ ପ୍ରତିଷ୍ଠିତ ଏହି ମଠରେ ପ୍ରଭୁ ମହିମା ମେରୁ ପୂଜା ପାଉଛନ୍ତି। ବାରମାସର ତେର ପର୍ବ ଉକ୍ତ ମଠରେ ପାଳିତ ହେଉଥିବା ମଠର ମୂଖ୍ୟ ପୂଜକ
ଲକ୍ଷ୍ମଣ ମହାପାତ୍ରଙ୍କ ଠାରୁ ପ୍ରକାଶ। ମହିମା ମେରୁ ପୂଜା ପାଉଥିବା ଗୃହ ର କାନ୍ଥ ଫାଟ ସୃଷ୍ଟି ହେଉଥିବା ରୁ ବାହ୍ୟ ପ୍ରଚିରଟି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ତଳେ ଖସି ପଡ଼ିଛି ଫଳରେ ଗାଇ,ଗୋରୁ, ଷଣ୍ଢ ଓ ବୁଲା କୁକୁରଙ୍କ ଆଦି ମଠ ପରିସରରେ ପ୍ରବେଶ କରୁଥିବା ରୁ ମଠ ପରିବେଶ ନଷ୍ଟ ହେବା ରେ ଲାଗି ଛି। ସେହିପରି ବିପଦ ସଙ୍କୁଳ ଅବସ୍ଥା ରେ ଥିବା ରୋଷଘର ଦୈନିକ ଭୋଗ ପ୍ରସ୍ତୁତି ନିମନ୍ତେ ମନ୍ଦିର ର ମୁଖ୍ୟ ପୂଜକ ଅସୁବିଧାର ସମ୍ମୁଖୀନ ହେବର ଜଣାପଡିଛି। ମଠର ପଛ ପ୍ରାଶ୍ବ ଅନାବନା ଗଛ ଭର୍ତ୍ତି ହୋଇଥିବା ରୁ ବିଷଧର ଶରିସୃପ ମାନେ ସେଠାରେ ବାସ କରୁଛନ୍ତି। ସେହିପରି ମଠ ପରିସରରେ ଥିବା କୂପର ପୂର୍ଣ୍ଣ ଉଧାର ପ୍ରତି ତହସିଲ କତୃପକ୍ଷ
ନତୁବା ଦେବୋତ୍ତର ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ନୟାଗଡ଼ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳ ର ଜନସାଧାରଣ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment