BREAKING
Loading...
:

ରାସ୍ତା ରେ ଜମୁଛି ଆର୍ବଜନା ପାଣି, ୱାର୍ଡବାସି ହନ୍ତସନ୍ତ

 ରାସ୍ତା ରେ ଜମୁଛି ଆର୍ବଜନା ପାଣି, ୱାର୍ଡବାସି ହନ୍ତସନ୍ତ



ଖଣ୍ଡପଡ଼ା ୨୦/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହର ର୩ ନଂ ୱାଡ଼ର୍ର କାଦୁଆ ସାହି ରାସ୍ତା ମଝିରେ ଆର୍ବଜନା ପାଣି ଦୀର୍ଘ ଦିନ ଧରିଜମା ରହିଥିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସାମାନ୍ୟ ର୍ବଷା ହେଲେ ଆର୍ବଜନା ପାଣି ରାସ୍ତା ପାର୍ଶ୍ବରେ ଥିବା ବାସଗୃହ ଗୁଡ଼ିକରେ ପ୍ରବେଶ କରୁଛି। ଏପରି କି ଦିନ ଦିନ ଧରି ରାସ୍ତା ଉପରେ ଆର୍ବଜନା ଜଳ ଜମି ରହିଥିବାରୁ ଦୃଗଦ୍ଧରେ ନାକଫାଟିପଡୁଛି। ଏସମ୍ପର୍କରେବାରମ୍ବାର ସ୍ଥାନୀୟ ବାସିନ୍ଦା ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ଜଣାପଡିଛି। ଏନ୍ ଏ ସି କର୍ତ୍ତୃପକ୍ଷ ପକ୍ଷରୁ ୩ ନଂ ୱାଡ଼ର୍ର ରାସ୍ତା ଉନ୍ନତିକରଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲା। ରାସ୍ତା ର କିଛି ଅଂଶ ଠିକାଦାର ଦ୍ବାରା ରାସ୍ତା ର କିଛି ଅଂଶ ସିମେଣ୍ଟ କଂକ୍ରିଟ ହୋଇଥିବା ବେଳେ ବଳକା ଅଂଶ ଏବେ ବି ଖାଲଖମାରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ର୍ବଷା ଓ ଆର୍ବଜନା ପାଣି ରାସ୍ତା ରେ ଜମି ରହିଥିବାରୁ ଅସ୍ବସ୍ଥକରପରିବେଶସୃଷ୍ଟି ହେଉଛି। ଏଥିପ୍ରତି ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଦୃଷ୍ଟି ଦେବାକୁ କାଦୁଆ ସାହି ର ବାସିନ୍ଦା ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS