BREAKING
Loading...
:

ଶୈବପୀଠକୁ ପକ୍କା ରାସ୍ତା ନିର୍ମାଣ ଦାବି

 ଶୈବପୀଠକୁ ପକ୍କା ରାସ୍ତା ନିର୍ମାଣ ଦାବି



ଖଣ୍ଡପଡ଼ା ୨୭|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା  ବ୍ଲକର ଯୋଗିଆପଲ୍ଲୀ ପଞ୍ଚାଯତ ଅଧିନ ଲକ୍ଷ୍ମୀପ୍ରସାଦ ମୌଜାରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିରକୁ ସଂଯୋଗ କରୁଥିବା  ରାସ୍ତାର ଉନ୍ନତିକରଣ ନିମନ୍ତେ  ସ୍ଥାନୀୟ ବାସିନ୍ଦା ଦିର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି।ମାତ୍ର ଏଥିପ୍ରତି ପ୍ରଶାସନିକ ଅଧିକାରୀ ନତୁବା ପଞ୍ଚାୟତ ଲୋକପ୍ରତିନିଧିମାନେ  କେହି ହେଲେ  ଧ୍ୟାନ ଦେଉନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।ଖଣ୍ଡପଡ଼ାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଠାରୁ ଉକ୍ତ ଶୈବପୀଠକୁ ସଂଯୋଗ କରୁଥିବା ମାଟି ରାସ୍ତା ଦେଇ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ତମାମ ମନ୍ଦିରକୁ ଯାତାୟାତ କରୁଛନ୍ତି।ଏବେ ବର୍ଷାଦିନ ହୋଇଥିବାରୁ ଉକ୍ତ ରାସ୍ତା ସାରା କାଦୁଅରେ ପୋତି ହୋଇ ପଡିଛି।ଫଳରେ ଶ୍ରଦ୍ଧାଳୁ ଭକ୍ତମାନେ କାଦୁଅ ପଙ୍କ ରାସ୍ତା ଦେଇ ଶୈବ ପୀଠକୁ ଯାତାୟାତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ରାଜ ରାଜୁଡା ଅମଳରୁ ସ୍ଥାପିତ ଏହି ପୁରାତନ ଶୈବପୀଠର ଉନ୍ନତିକରଣ ପ୍ରତି ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ସେହିପରି ଶୈବପୀଠକୁ ସଂଯୋଗ କରୁଥିବା ମାଟି ରାସ୍ତାର ସିମେଣ୍ଟ କଂକ୍ରିଟକରଣ ନିମନ୍ତେ ଯୋଗିଆପଲ୍ଲୀ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS