BREAKING
Loading...
:

ବାଲି ମାଫିଆଙ୍କୁ ବଡ଼ ଝଟକା ! ୧୫୦୦ କି ୨ ହଜାର ନୁହେଁ...ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି..

 ବାଲି ମାଫିଆଙ୍କୁ ବଡ଼ ଝଟକା ! ୧୫୦୦ କି ୨ ହଜାର ନୁହେଁ...ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି..



ରାଜ୍ୟରେ ବାଲି ଚୋରା କାରବାର ରୋକିବା ଏବଂ ବାଲିର ଅତ୍ୟଧିକ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ବାଲି ପାଇଁ ସରକାର ସର୍ବନିମ୍ନ ବିକ୍ରୟ ମୂଲ୍ୟ (MSP) ପ୍ରତି କ୍ୟୁବିକ ମିଟର ୩୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଦରଠାରୁ ଅଧିକ ମୂଲ୍ୟରେ ବାଲି ବିକ୍ରି କରାଯିବ ନାହିଁ । ଅର୍ଥାତ ଗୋଟିଏ ଟ୍ରାକ୍ଟର ବାଲିର ମୂଲ୍ୟ ପ୍ରାୟ ୬୮୦ ଟଙ୍କା ହେବ ।


ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ଗୋଟିଏ ଟ୍ରାକ୍ଟର ବାଲି ୧୫୦୦ ରୁ ୨ ହଜାର ଏମିତି କି ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ରୋକିବା ଏବଂ ସାଧାରଣ ଲୋକଙ୍କୁ ଉପଯୁକ୍ତ ଦରରେ ବାଲି ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏମଏସପି ବ୍ୟବସ୍ଥା ଲାଗୁ କରିଛନ୍ତି ।


ଏହା ସହିତ ପ୍ରଥମ ପର୍ଯ୍ୟାୟରେ ଇ-ଲଟେରୀ ମାଧ୍ୟମରେ ୧୦୦ରୁ ଅଧିକ ବାଲି ଖାଦାନର ନିଲାମ କରାଯିବ । ସ୍ୱଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ଖାଦାନ ବଣ୍ଟନ କରାଯିବା ଦ୍ୱାରା ବେଆଇନ କାରବାରକୁ ରୋକାଯିବ ବୋଲି ସରକାର ଆଶା କରୁଛନ୍ତି ।


ଅନ୍ୟପଟେ, କିଛି ସ୍ଥାନରେ ଘରୋଇ ନିର୍ମାଣ କାମ ପାଇଁ ଦିଆଯାଉଥିବା ବାଲି ପରମିଟ୍‌ର ଅପବ୍ୟବହାର ହେଉଥିବା ସରକାରଙ୍କ ନଜରକୁ ଆସିଛି । ଏହାକୁ ଗୁରୁତ୍ୱର ସହ ନେଇ ପରମିଟ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS