ଅବ୍ୟବସ୍ଥାରେ ଚାଲିଛି କୁମ୍ଭାରପଡ଼ାର ୨ ଅଙ୍ଗନୱାଡି କେନ୍ଦ୍ର , ପ୍ରଶାସନର ଦୃଷ୍ଟି ପଡୁ
ଖଣ୍ଡପଡା ୨|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଅଣଦେଖା ଯୋଗୁଁ କୁମ୍ଭାରପଡା ପଞ୍ଚାୟତର ୨ନଂ ୱାର୍ଡ ଅଧିନ ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ
ପରିସରରେ ଚାଲିଥିବା ୧ନଂ ଓ ୩ ନଂ ଅଙ୍ଗନୱାଡି କେନ୍ଦ୍ର ଦୁଇଟି ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି । ଅଙ୍ଗନୱାଡି କେନ୍ଦ୍ରକୁ ଭଲ ରାସ୍ତାଟିଏ ନଥିବା ବେଳେ କେନ୍ଦ୍ରର ଚତୁଃପାର୍ଶ୍ଵ ଅନାବନା ଗଛଲତାରେ ଭର୍ତ୍ତି ହୋଇ ରହିଛି।ଫଳରେ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ଯରେ ସଦାସର୍ବଦା ବିଷଧର ସରୀସୃପଙ୍କ ଭୟ ଲାଗି ରହୁଛି । ସ୍ଥାନୀୟ ତଁଳାସାହି, ନୂଆସାହି, କୁରୁମ ସାହି, ଗୋଡିସାହି, ଫାଳିକିଆ ସାହିର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପିଲା ଉକ୍ତ ୨ ଟି କେନ୍ଦ୍ରରେ ପାଠ ପଢୁଥିବା ଜଣାଯାଇଛି। ମୁଖ୍ୟ ରାସ୍ତା ଠାରୁ ଅଙ୍ଗନାୱାଡି କେନ୍ଦ୍ରକୁ ସଂଯୋଗ କରୁଥିବା ମାଟି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯାଉଥିବା ବେଳେ ଅସରାଏ ବର୍ଷା ହେଲେ ରାସ୍ତା ସାରା ପାଣି ଜମି ରହି କାଦୁଅ ପଙ୍କରେ ଭର୍ତ୍ତିହୋଇ ପଡୁଥିବାରୁ ବର୍ଷା ରୁତୁରେ ପିଲାମାନେ ପାଠ ପଢିଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ସମୟେ ସମୟେ ଅଭିଭାବକମାନେ ପିଲାମାନଙ୍କୁ ଉକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡିଛି। ଅଙ୍ଗନଓ୍ବାର୍ଡି କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ନିମନ୍ତେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କେହିହେଲେ ସେଥିପ୍ରତି ଆନ୍ତରିକତା ପ୍ରକାଶ କରୁନଥିବାରୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ।ସେହିପରି ଅଙ୍ଗନୱାଡି କେନ୍ଦ୍ର ୨ ଟି କୁ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ଲାଇନ ସଂଯୋଗ କରାଯିବା ସହ ପାଣି ଟାଙ୍କି ସ୍ଥାପନ କରାଯାଇଛି।ମାତ୍ର ପାଇପଲାଇନ ଯୋଗେ ପାନୀୟ ଜଳ ଉପଲବ୍ଧ ହେଉନଥିବାରୁ ପିଲାମାନେ ପିଇବା ପାଣି ମୁନ୍ଦେ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦିର୍ଘ ଦିନ ଧରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଉକ୍ତ ୨ ଟି ଅଙ୍ଗନୱାଡି କେନ୍ଦ୍ର ପ୍ରତି ପଂଚାୟତ କର୍ତ୍ତୃପକ୍ଷ,ଖଣ୍ଡପଡ଼ା ବ୍ଳକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ବ୍ଳକ ଭନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ କୁମ୍ଭାରପଡ଼ା ଗ୍ରାମର ଜନସାଧାରଣ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق