BREAKING
Loading...
:

ଦୁର୍ବୁତ୍ତ ଙ୍କ ବୋମା ମାଡ ଘଟଣା ବିତିଲା ୨୮ ଦିନ. ପୋଲିସ ହାତ ଖାଲି.

 ଦୁର୍ବୁତ୍ତ ଙ୍କ ବୋମା ମାଡ ଘଟଣା ବିତିଲା ୨୮ ଦିନ. ପୋଲିସ ହାତ ଖାଲି. 



ବାଙ୍କୀ (ମାନସ ରଞ୍ଜନ ସାହୁ):-ବିଳମ୍ବିତ ରାତିରେ ଏକ ବାଉଁଶ ବୁଦା କଟା କୁ କେନ୍ଦ୍ର କରି ହୋଇଥିଲା କଟକ ଜିଲ୍ଲା ବାଙ୍କୀ ଥାନା ରତାଗଡ଼ ପଂଚାୟତ ର ସହଙ୍ଗା ଗୋପାଳପୁର ଅଂଚଳ ର ବାସିନ୍ଦା ଗୋଲଖ ବିହାରୀ ଜେନା ଙ୍କ ଘରକୁ  ବୋମା ମାଡ.ବୋମା ମାଡ ନେଇ ସ୍ଥାନୀୟ ଅଂଚଳ ରେ ଖେଳି ଯାଇଥିଲା ଚାଞ୍ଚଲ୍ୟ. ଏବେ ବୋମା ମାଡ ଘଟଣା କୁ ବିତି ସାରିଛି ୨୮ ଦିନ. ଅର୍ଥାତ ଗତମାସ ଜୁନ ୬ ତାରିଖ ରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା.କିନ୍ତୁ ଦୁର୍ବୁତ୍ତ ଙ୍କୁ ଧରିବା ରେ ବିଫଳ ପୋଲିସ ବିଭାଗ. ଏଠି ଖୋଲା ଆକାଶ ତଳେ ବୁଲୁଛନ୍ତି ଦୁର୍ବୁତ୍ତ. ସେପଟେ ପରିବାର ନୁହଁନ୍ତି ସୁରକ୍ଷିତ ଏଭଳି ଅଭିଯୋଗ ଆଣିଛନ୍ତି ଗୋଲଖ ଜେନା . ସେପଟେ ଘରୁ ବାହାରିବା କୁ  ଭୟ କରୁଛନ୍ତି ପରିବାର. ଏକ ପ୍ରକାର ଗୃହ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି କୁଆଡେ ଗୋଲଖ ଙ୍କ ପରିବାର. ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ଗୋଲଖ ନିଜର ପ୍ରତିକ୍ରିୟା ରଖିଛନ୍ତି. କିନ୍ତୁ ମିଳିନାହିଁ ଅଦ୍ୟାବଧି କୌଣସି ସୁଫଳ. ଏବେ ଗୋଲଖ ଙ୍କ ପରିବାର ମାନସିକ ଚାପ ରହି ଜୀବନ ଅତିବାହିତ କରୁଛନ୍ତି. ଏବେବି ପୋଲିସ ଉପରେ ରହିଛି ଗୋଲଖଙ୍କ ପରିବାରର ଭରଷା. ଯଦି ପୋଲିସ ତାଙ୍କୁ ନ୍ୟାୟ ଦେବା ସହିତ ସୁରକ୍ଷା ଯୋଗାଇ ନ ଦିଅନ୍ତି ସେପଟେ ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କ ଆଗାମୀ ଏକ ସପ୍ତାହ ମଧ୍ୟରେ ଗିରଫ ନ କରନ୍ତି ଏସପି ଅଫିସ ଘେରାଉ ପାଇଁ ଗୋଲଖ ଦେଇଛନ୍ତି ରୋକ ଠୋକ ଚେତାବନୀ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS