*ଗାନ୍ଧର୍ବ କଳା ସମ୍ମାନରେ ଛତ୍ରପୁର ସମୀର ସମ୍ମାନୀତ !*
ଛତ୍ରପୁର( ମଣିଭଦ୍ରା ଖବର)
କଳାକାର ଦିବସ ଉପଲକ୍ଷେ " ଓଡ଼ିଆ କଳାକାରଙ୍କ ସ୍ୱର " ପକ୍ଷରୁ କଳାକାର ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଅଗ୍ରଣୀ ଲୋକନୃତ୍ୟ ଅନୁଷ୍ଠାନ ସମୀର ନୃତ୍ୟ କେନ୍ଦ୍ରର ନୃତ୍ୟ ଶିଳ୍ପୀମାନେ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଯାନୀ ଯାତ୍ରାରେ ମାଁ ଙ୍କ ସମୁଖରେ ହଉଥୁବା କଷ୍ଟ ସାଧ୍ୟ ନୃତ୍ୟକୁ ଗୁରୁ ସମିର କୁମାର ବେହେରାଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ଛାତ୍ରଛାତ୍ରୀ ମାନେ କାଳୀଙ୍କ ରୂପନେଇ " କାଠ ପାଦ " ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ଛୁଇଁଥିଲା l
କାଠ ପାଦ ନୃତ୍ୟରେ ବର୍ଷା ଦାସ, ଆଶା ଦାସ, ଅର୍ଚିତା ପଣ୍ଡା, ଆୟୁସୁର୍ଯ୍ୟ ସେଠୀ, ସିମରାନ ନାୟକ ଏବଂ ଚାଙ୍ଗୁ ବାଦ୍ୟରେ ସମୀର କୁମାର ବେହେରା, ଅଜିତ କୁମାର ନାୟକ, ରାଜେନ୍ଦ୍ର ନାୟକ ପରିବେଷଣ କରିଥିଲେ l ମଞ୍ଚରେ ଗୁରୁ ସମୀର କୁମାର ବେହେରାଙ୍କୁ ଗାନ୍ଧର୍ବ କଳା ସମ୍ମାନ ରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ବର୍ଗର କଳାରେ ସୁନାମ ଅର୍ଜନ କରିଥିବା ଗୁରୁ କଳାକାର ସମ୍ମାନୀତ ହୋଇଥିଲେ ।।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment