*ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଆୟୋଜିତ !*
ଛତ୍ରପୁର (ମଣିଭଦ୍ରା ଖବର)
ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୨୦୨୫-୨୬ ନିମନ୍ତେ ରୋଟାରିୟାନ୍ ମାନଙ୍କ ମଧ୍ୟରେ ଚୟନ ହୋଇଥିବା ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ଗ୍ରହଣ ପାରମ୍ପରିକ ଭାବେ ସମ୍ପନ୍ନ ହୋଇଯାଇଛି ।
ସଭାପତି ଡ଼ଃ. ବିମଳ ପ୍ରସାଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିୟାନ୍ ମନୋଜ କୁମାର ତ୍ରିପାଠୀ ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିଭୁ ପ୍ରସାଦ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଦ୍ଵାରକା ପ୍ରସାଦ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ୨୦୨୫-୨୬ ନିମନ୍ତେ ରୋଟାରିୟାନ୍ ତଥା ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁ ସଭାପତି ଓ ବିଶିଷ୍ଟ ସମାଜସେବୀ ସଫଳଡ଼ମ୍ବୁରୁଧର ସାହୁ ସମ୍ପାଦକ ଦାୟିତ୍ବ ଗ୍ରହଣ କରିଥିଲେ।। ଏହି ଅବସରରେ ଛତ୍ରପୁର ରୋଟାରୀ କ୍ଲବ ଦ୍ବାରା ବିଗତବର୍ଷ ମାନଙ୍କରେ ହୋଇଥିବା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦିଆଯାଇଥିଲା ।
ନୂତନ ସଭାପତି ପଦ୍ମ ଚରଣ ସାହୁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଆଗାମୀ ଦିନରେ କ୍ଳବ ପକ୍ଷରୁ ହେବାକୁ ଥିବା ନୂତନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ,ଶେଷରେ ନୂତନ ସମ୍ପାଦକ ଡ଼ମ୍ବୁରୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment