ବାଙ୍କୀ କଲେଜରେ ବିଶ୍ୱ ଜନସଂଖ୍ୟା ଦିବସ ଉପରେ ଆଲୋଚନାଚକ୍ର
ବାଙ୍କୀ,୧୧ା୭ (ମାନସ ରଞ୍ଜନ ସାହୁ) ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୁଲ୍ୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଜନସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଲିଙ୍ଗ ସମାନତା ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ଏହି ଆଲୋଚନାଚକ୍ରର ମୂଳ ଉଦ୍ଦେଶ୍ୟ ଅଟେ । ଆଲୋଚନାଚକ୍ରରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅରିଜିତ୍ ମିଶ୍ର ସଭାପତିତ୍ୱ କରିବା ସହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ବିଶ୍ୱରେ ଭାରତ ସବୁଠାରୁ ବୃହତମ ଜନସଂଖ୍ୟା ରାଷ୍ଟ୍ର କହିବା ସହିତ ଜନସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯିବ ସେ ସଂପର୍କରେ ବହୁ ଉଦାହରଣ ପ୍ରଦାନ କରିଥିଲେ । ବିଶେଷ କରି ଯୁବକମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣର ବିଭିନ୍ନ ପଦ୍ଧତି ଯଥା ପରିବାର ନିୟନ୍ତ୍ରଣ, ମାନବ ଅଧିକାର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଭୂତତ୍ତ୍ୱ ବିତ୍ ରଞ୍ଜିତ୍ କୁମାର ରାଉତ ଯୋଗଦାନ କରି ଜନସଂଖ୍ୟା ଦିବସ ପାଳନର ତାତ୍ପର୍ଯ୍ୟ ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଜିର ଦିନରେ ଜନସାଧାରଣଙ୍କୁ ପରିବର୍ଦ୍ଧିତ ଜନସଂଖ୍ୟା ବଢ଼ୁଥିôବାରୁ ଓ ଏହାର ଅର୍ଥନୀତି ଉପରେ ପ୍ରଭାବ କିପରି ପଢ଼ୁଛି ସେ ସଂପର୍କରେ ଶ୍ରୀ ରାଉତ କହିଥିଲେ । ଏହି ଅବସରରେ ‘ଜନସଂଖ୍ୟା ନିୟନ୍ତ୍ରଣ ଓ ଏହାର ବର୍ତ୍ତମାନ ଓ ଭବିଷତ’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଓମ୍ ଶ୍ରୀ ଅନିରୁଦ୍ଧ ରାଉତଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଶେଷରେ ଲକ୍ଷ୍ମୀପ୍ରିୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق