BREAKING
Loading...
:

ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ                              



 ଖଣ୍ଡପଡ଼ା ୧୧|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) : ନୟାଗଡ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ତହସିଲ କାର୍ଯ୍ଯାଳୟ ପରିସରରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଦିବା ୧୧ ଘଣ୍ଟା  ସମୟରେ ନାରାବାଜି ସହ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଭାରତୀୟ ବିକାଶ ପରିଷଦର ରାଜ୍ଯ ସଭାପତି  ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଉପ ସଭାପତି ନିରଞ୍ଜନ ଦାସ ପ୍ରମୁଖ ଖଣ୍ଡପଡ଼ା ଉପକାରାଗାରର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିବା ସହ ଏ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ବ୍ରିଟିଶ ଅମଳରେ ସ୍ଥାପିତ ଖଣ୍ଡପଡ଼ା  ଉପକାରାଗାରଟିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ମତ ଦେଇଥିଲେ। ଆନ୍ଦୋଳନକୁ ସମର୍ଥନ ଜଣାଇ ବରିଷ୍ଠ ଆଇନଜୀବି ଗିରିଜାଶଙ୍କର ମିଶ୍ର ଓ ବିକ୍ରମ କେଶରୀ ଖଣ୍ଡପଡ଼ାବାସୀଙ୍କ ସ୍ବାର୍ଥ ଓ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଖଣ୍ଡପଡ଼ା ଉପକାରାଗାର ମିଶ୍ରଣ ନିଷ୍ପତ୍ତିରୁ ରାଜ୍ୟ ସରକାର ନ ଓହରିଲେ  ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ସଂର୍ପକିତ ଦାବିପତ୍ର ରାଜ୍ୟସରକାର ଙ୍କ  ଉଦ୍ଦେଶ୍ଯ ରେ ଖଣ୍ଡପଡ଼ା  ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS