ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସରେ ସଚେତନତା ରାଲି ସହ ଆଲୋଚନା
ବ୍ରହ୍ମପୁର (ମଣିଭଦ୍ରା ଖବର) ବ୍ରହ୍ମପୁର ଏମକେସିଜି ବଡ ଡାକ୍ତର ଖାନା ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ତରଫରୁ ବିଶ୍ଵ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରୁଥିରାଜ୍ ସିଂହ ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଚେତନତା ରାଲି ବାହାରି ମେଡିକାଲ ଅଞ୍ଚଳ ପରିକ୍ରମା କରି ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ ର ଆବଶ୍ୟକତା ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଠାରେ ପ୍ଲାଷ୍ଟିକ ସର୍ଜରୀ ଦିବସ ସମ୍ପର୍କ ରେ ବିଭାଗୀୟ ମୂଖ୍ୟ ପ୍ରଫେସର ସିଂହ ଆଲୋକପାତ କରିଥିଲେ । ଏହି ଦିବସ ଉପଲକ୍ଷେ କେକ କଟା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ତନ୍ମୟ କୁମାର ମହାପାତ୍ର, ଡ଼ା ଜସ୍ମିନ କୁମାର୍ ପାଣିଗ୍ରାହୀ, ଡ଼ା ଶିବରାମ କ୍ରିଷ୍ଣା , ଡ଼ା ଜ୍ୟୋତି ରଞ୍ଜନ ପ୍ରଧାନ ଡ଼ା ଲିପ୍ସା ସ୍ୱାଇଁ , ଡ଼ା ପ୍ରେମ୍ ପ୍ରକାଶ, ଡ଼ା ଜ୍ୟୋତିଶି ଙ୍କ ସମେତ ବହୁ ଡାକ୍ତର ଛାତ୍ରଛାତ୍ରୀ, ସେବିକା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବହୁ ଗୁରୁତ୍ଵ ପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଉଛି । ଗ୍ରହଣ ଖଣ୍ଡିଆ, ସ୍ତନ କର୍କଟ, ମୁଖ ରୋଗ କର୍କଟ ଚିକିତ୍ସା, ଦୁର୍ଘଟଣା ଜନିତ କ୍ଷତ , ମୁଖ ରେ ଲୋମ ଉଠିବା, ଏପରି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଉଛି । ପ୍ରତ୍ୟେକ ଜନସାଧାରଣ ଏହାର ସୁଯୋଗ ନେବାକୁ କୁହାଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق