ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ବିଜେଡିର ବିକ୍ଷୋଭ
ସମ୍ବଲପୁର( ମଣିଭଦ୍ରା ଖବର)
ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ବରପାଲିରେ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରୀତା ସାହୁଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ରାଜ୍ୟ ବିଜେପି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବରପାଲି ସ୍ଥିତ ଗାନ୍ଧୀ ଛକଠାରେ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରି ତାଙ୍କ ଇସ୍ତଫା ଦାବି କରିଥିଲେ। ରାଜ୍ୟରେ ବିଜେପି ସରକାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେlଇ ଥିବାରୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବାପାଇଁ ଦାବୀ କରିଥିଲେ। ଏହି କାର୍ଯକ୍ରମରେ ପୂର୍ବତନ ମନ୍ତ୍ରୀ ରୀତା ସାହୁଙ୍କ ସମେତ ପ୍ରଦ୍ୟମ୍ନ କୁମାର ତ୍ରିପାଠୀ, ଗୌରହରୀ ମିଶ୍ର, ଲାଲ ବିକ୍ରମ ସିଂହ ଦେଓ, ସୌରଭ ସାହୁ, ଟିକାୟତ ମହତ୍ତମ, ବିଜନ ଦାଶ, ତରଣି ଦେବତା, ମହେନ୍ଦ୍ର ମେହେର, ପିଙ୍କୁ ବେହେରା, ସୁରେଶ ମେହେର, ଝରଣା ମେହେର, ଦେବାନନ୍ଦ ମେହେର, ସୁବ୍ରତ ସାହୁ ଓ ମସ୍ତ ନାୟକଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق