ଶିକ୍ଷାବିତ୍ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ୧୬ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ
ବାଙ୍କୀ,୧ା୭ (ମାନସ ରଞ୍ଜନ ସାହୁ ): ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କର ୧୬ତମ ଶ୍ରାଦ୍ଧ ସଭା ତାଙ୍କ ଗ୍ରାମ ପଶାଣିଆ ଗ୍ରାମରେ ତ୍ରିଲୋଚନ ପ୍ରଧାନ ସ୍ମୃତି ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ସ୍ୱର୍ଗତ ପ୍ରଧାନ ଏକାଧାରାରେ ଜଣେ ଶିକ୍ଷାବିତ୍, ସମାଜ ସଂସ୍କାରକ, ରାଜନୈତିକ, ସମାଜସେବୀ ସହିତ ବହୁ ପ୍ରତିଭାର ଅଧିକାରୀ ଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ନିରୋଦ କୁମାର ମନ୍ତ୍ରୀ, ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, କଳାପଥର ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ସାହୁ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ପାଢୀ, ପଞ୍ଚାୟତର ସରପଞ୍ଚ ତଥା ବିଶିଷ୍ଟ ଜ୍ୟୋର୍ତିବିଦ୍ ଅଶୋକ କୁମାର ମିଶ୍ର, ସମିତି ସଭ୍ୟା ମମତା ଦେହୁରୀ, ସମବାୟବିତ୍ ସମରେନ୍ଦ୍ର ମହାପାତ୍ର, ବିଜେଡି ବ୍ଲକ ସଭାପତି ଅନନ୍ତ ଦାସ, ସମାଜସେବୀ ବିଜୟ କୁମାର ପ୍ରତିହାରୀ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ସ୍ମୃତିସଂସଦର ଉପସଭାପତି ସଦାଶିବ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ସଂଯୋଜକ ଆଇନଜୀବୀ ଜୟ ପ୍ରକାଶ ମିଶ୍ର ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କେଦାର ସାମଲଙ୍କ ତରଫରୁ ତାଙ୍କ ପୁତ୍ର ବିକ୍ରମ ସାମନ୍ତ ସିଂହାର ମୁଖ୍ୟଅତିଥିଙ୍କ ଠାରୁ ମାନପତ୍ର ଓ ଉପଢ଼ୌକନ ଗ୍ରହଣ କରିଥିଲେ । ସାମ୍ବାଦିକ ଶୁଭେନ୍ଦୁ ମହାପାତ୍ର, କୃତିଛାତ୍ରୀ ପାୟଲ୍ ପଣ୍ଡା, ନରୋତମ ବେହେରା, ଡାକ୍ତର ସୁମନ ନାୟକ ପ୍ରଭୃତିଙ୍କୁ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶେଷରେ ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଶଶିଶେଖର ପ୍ରଧାନ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
Post a Comment