ଜଳ ନିଷ୍କାସନ ପଥ ଅବରୋଧ ନେଇ ଚାଉପଲ୍ଲୀ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ ଧମକ
ଖଣ୍ଡପଡ଼ା ୧|୭ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ାରୁ କଣ୍ଟିଲୋକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର ଚାଉପଲ୍ଲୀ ଗ୍ରାମ ନିକଟରେ ଜଣେ ବ୍ୟକ୍ତି ଜଳ ନିଷ୍କାସନ ପଥକୁ ଅବରୋଧ କରି ରାସ୍ତା ପାର୍ଶ୍ବରେ ଏକ ସ୍ଥାୟୀ ପକ୍କା ଗୃହ ନିର୍ମାଣ କରିଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ରାସ୍ତାର ଗୋଟିଏ ପାର୍ଶ୍ବରେ ଜମି ରହିଛି।ଫଳରେ ଏକରଏକର ଚାଷ ଜମି ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ଥିବା ବାସଗୃହରେ ପାଣି ପଶୁଛି।ଫଳରେ ଚାଉପଲ୍ଲୀ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି । ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା ନିମନ୍ତେ ଗ୍ରାମବାସୀ ସଂପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଜଣାଇବା ସହ ଏ ସଂପର୍କରେ ଖଣ୍ଡପଡ଼ା ପୋଲିସ ପ୍ରଶାସନ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି। ଏଭଳି ଅଭାବନୀୟ ପରିସ୍ଥିତିକୁ ନେଇ ଚାଉପଲ୍ଲୀ ଗ୍ରାମବାସୀ ଆଗାମୀଦିନରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି। ଆସନ୍ତା ୨ ଦିନ ମଧ୍ଯରେ ଜଳ ନିଷ୍କାସନ ପଥରୁ ଅବରୋଧ ନହଟିଲେ ଚାଉପଲ୍ଲୀ ଗ୍ରାମବାସୀ ବାଧ୍ୟହୋଇ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏ ସଂର୍ପକିତ ଦାବିପତ୍ର ଖଣ୍ଡପଡ଼ା ତହସିଲଦାର ,ଥାନା କର୍ତ୍ତୃପକ୍ଷ ଓ ନୟାଗଡ ଜିଲ୍ଲାପାଳଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଥିବା ଜଣାପଡିଛି। ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment