BREAKING
Loading...
:

ବନମହୋତ୍ସବ” ପାଳନ କଲେ “ପ୍ରକୃତିବନ୍ଧୁ” ଶିକ୍ଷକ ବଳରାମ ପାଇକରାୟ

 ବନମହୋତ୍ସବ” ପାଳନ କଲେ “ପ୍ରକୃତିବନ୍ଧୁ” ଶିକ୍ଷକ ବଳରାମ ପାଇକରାୟ

ବାଙ୍କୀ,୧ା୭(ମାନସ ରଞ୍ଜନ ସାହୁ): ପ୍ରକୃତିର ସଂରକ୍ଷଣ ଓ ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟି କରି ପରିବେଶକୁ ବ୍ୟାପକ କରିବା ପାଇଁ ପ୍ରକୃତି ବନ୍ଧୁ ଶିକ୍ଷକ ଅଣ୍ଟା ଭିଡିଛନ୍ତି । ଏହି ପରିପ୍ରେକ୍ଷୀରେ ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଅନ୍ତର୍ଗତ ଚର୍ଚ୍ଚିକା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରକୃତିବନ୍ଧୁ ଆଦର୍ଶ ଶିକ୍ଷକ ବଳରାମ ପାଇକରାୟ ଓ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରକୃତିବନ୍ଧୁ ଆଦର୍ଶ ଶିକ୍ଷକ ବିଦ୍ୟାଧର ଖଟୁଆ ଉଦ୍ୟମ ଜାରି ରଖିଛନ୍ତି । ଆଜି ବନମହୋତ୍ସବ ପାଳନ ଅବସରରେ ଉଭୟ ପ୍ରକୃତିବନ୍ଧୁ ଶିକ୍ଷକ ବରେନ୍ଦ୍ରକୃଷ୍ଣ ସରକାରୀ ଉଚ୍ଚବିଦ୍ୟାଳୟର କ୍ୟାମ୍ପସ୍ -୦୨ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ମିଶି ବୃକ୍ଷରୋପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଶିକ୍ଷକ ଶ୍ରୀ ପାଇକରାୟ ନିଜେ ପକାଇଥିବା ଚାରାକୁ ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୃକ୍ଷରୋପଣ ଓ ପରିବେଶ ପାଇଁ ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି ଶିକ୍ଷକମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିକ୍ଷକ ଅଜୟ କୁମାର ଦିକ୍ଷୀତ ଓ ଶିକ୍ଷୟିତ୍ରୀ ସସ୍ମିତା ଉପାଧ୍ୟୟ ସହଯାଗ କରିଥିଲେ ।


ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS