BREAKING
Loading...
:

ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ

 ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ 



ବ୍ରହ୍ମପୁର (ମଣିଭଦ୍ରା ଖବର) 

           କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଦୁଇ ଦିନିଆ ବାର୍ଷିକୋତ୍ସବ ପାଳନ ଅବସରରେ ଆଜି ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା କକ୍ଷ ଠାରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଲୋକ କଳା ଦାସକାଠିଆ ନୃତ୍ୟ ଅବକ୍ଷୟମୁଖୀତାର କାରଣ ଓ ନିରାକରଣ ଶୀର୍ଷକ ଆଲୋଚନା ଚକ୍ରକୁ ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ଶୁଭ ଉଦଘାଟନ କରି ଉଭୟ କଳା ଓ କଳାକାରଙ୍କ ହୀତ ନିମନ୍ତେ ସମର୍ପିତ ସଂଘର ଭୁୟସୀ ପ୍ରଶଂସା କରିଥିଲେ। ନାଟ୍ୟକାର ଉମାଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ପାନରେ ପ୍ରାଜ୍ଞ ସଂସ୍କୃତି ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ମୂଖ୍ୟ ଅତିଥି ଏବଂ ବରିଷ୍ଠ ସାରସ୍ୱତ ସାଧକ ଡଃ. ବିଜୟ ଚନ୍ଦ୍ର ମହାରଣା, ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘ ସଭାପତି ବାଳକୃଷ୍ଣ ମିଶ୍ର, ଉପ ସଭାପତି ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଶର୍ମା, ଗାୟକ ରାମଚନ୍ଦ୍ର ସାହୁ, ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

         ଆଲୋଚନା ଚକ୍ରର ନିର୍ଯ୍ୟାସ ସରକାରଙ୍କ ଦୃଷ୍ଟି ଆକର୍ଷଣ ମାଧ୍ୟମରେ ଦାସକାଠିଆ ନୃତ୍ୟର ବିକାଶ ଓ ରକ୍ଷଣାବେକ୍ଷଣ ଦାବି ଉପସ୍ଥାପନ ନେଇ ସ୍ଥିର କରାଗଲା। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଗାୟକ ସର୍ବଶ୍ରୀ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଶର୍ମା, ଯୋଗୀନ୍ଦ୍ର ବେହେରା, ପଞ୍ଚାନନ ଦାଶ, ସାରଥୀ ପଣ୍ଡା, ଗଣପତି ସେଠୀ, ଶ୍ରୀଧର ରଥ ଓ ପାଳିଆ କଳାକାର ସର୍ବଶ୍ରୀ ଗଣେଶ ଦାଶ, ରବି ଗୌଡ଼, ଭଗବାନ ସାହୁ, ଉଲ୍ଲାସ ପଣ୍ଡା, ଏସ. ମାର୍କଣ୍ଡ ପାତ୍ର, ଜଗନ୍ନାଥ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଶଙ୍କର୍ଷଣ ସାବତ, ପ୍ରଦୀପ କୁମାର ସାହୁ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବଳଦେବ ସାହୁ, ଚିତ୍ତ ରଞ୍ଜନ ଦଳାଇ, ଅଭିମନ୍ୟୁ ରାଉଳ, ସୁଦାମ ପଟ୍ଟନାୟକ, ପି. ଶିବ ପ୍ରସାଦ ରାଓ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ବନ୍ଦନା ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ କାଲି ସଂଘ ପକ୍ଷରୁ କଳାକାର ଶୋଭାଯାତ୍ରା, ସାଂସ୍କୃତିକ ବିଚିତ୍ରା ସହ ବାର୍ଷିକୋତ୍ସବ ପାଳନ ସୂଚନା ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS