ୱାର୍ଡ଼ ମେମ୍ବରଙ୍କୁ ସରପଞ୍ଚଙ୍କ ମାଡ ଅଭିଯୋଗ, ସରପଞ୍ଚଙ୍କ ପକ୍ଷରୁ ମଧ୍ୟ ଥାନାରେ ଏତଲା
ସମ୍ବଲପୁର (ମଣିଭଦ୍ରା ଖବର)
ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ମଧ୍ୟରେ ଝଗଡ଼ା । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ । ଘଟଣାରୁ ପ୍ରକାଶ ଯେ ବରପାଲି ବ୍ଲକ୍ ଅଧୀନସ୍ଥ ଭଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ ରେଟାମୁଣ୍ଡା ଗ୍ରାମର ଅଧିବାସୀଙ୍କ ସହ କେତେକ ଅଭିଯୋଗ ନେଇ ବ୍ଲକ ଅଫିସକୁ ଆସିଥିବା ବେଳେ ୱାର୍ଡ ମେମ୍ବର ପ୍ରଭାକର ଶିକା ତାଙ୍କୁ ଅଯଥାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ବିଷୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ଅଭିଯୋଗ ଉପରେ ଏକ ମକଦ୍ଦମା (କେସ ନମ୍ବର ୧୮୩/୨୦୨୫) ରୁଜୁ କରିଥିବା ବେଳେ ଭଟିଗାଁ ଗ୍ରାମ ପଞ୍ଚାୟତର ୧୩ ନମ୍ବର ୱାର୍ଡ଼ର ୱାର୍ଡ ମେମ୍ବର ପ୍ରଭାକର ଶିକା ତାଙ୍କ ୱାର୍ଡ଼ ଅନ୍ତର୍ଗତ ରେଟାମୁଣ୍ଡାରୁ ଗୁଲିହା ପଦର ରାସ୍ତାରେ ବିଭାଗୀୟ ଅଧିକାରୀ ଓ କର୍ମଡାରୀମାନେ କାର୍ଯ୍ୟ କରୁଥିବା ବେଳେ ୱାର୍ଡ଼ ମେମ୍ବର ହିସାବରେ ସେ କାର୍ଯ୍ୟର ତଦାରଖ କରୁଥିଲେ । ସକାଳେ ସେ କୌଣସି କାର୍ଯ୍ୟ ପାଇଁ ବରପାଲି ବ୍ଲକ ଅଫିସକୁ ଆସିଥିବା ବେଳେ ଭଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ ସେଠାରେ ପହଞ୍ଚି ତାଙ୍କୁ ପିସି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ହଠାତ୍ ହିମାଞ୍ଚଳ ତାଙ୍କୁ ଜାତିଆଣ ଗାଳି ଗୁଲଜ କରି ଆକ୍ରମଣ କରିଥିଲେ ବୋଲି ସେ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ଅଭିଯୋଗ ଉପରେ ଏକ ମକଦ୍ଦମା (କେସ ନମ୍ବର ୧୮୪/୨୦୨୫)ରୁଜୁ କରିଛନ୍ତି। ପୋଲିସ ଉଭୟଙ୍କ ଅଭିଯୋଗ ଉପରେ ମକଦ୍ଦମା ୠଜୁ କରି ଘଟଣାର ତଦନ୍ତ କରୁଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق