ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ
ଶିକ୍ଷକ-ଅଭିଭାବକ ବୈଠକ
ଖଣ୍ଡପଡ଼ା ୧/୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। +୨ ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ବୈଠକର ପ୍ରାରମ୍ଭରେ ଅଧ୍ୟାପିକା କୃଷ୍ଣପ୍ରିୟା ମହାନ୍ତି ବୈଠକ ଆୟୋଜନର ମହତ୍ବ ସଂର୍ପକରେ ଆଲୋକପାତ କରିବା ସହ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଉପଲବ୍ଧ ଆନୁସଙ୍ଗିକ ସୁବିଧା ସୁଯୋଗ ସଂର୍ପକରେ ସୂଚନା ପ୍ରଦାନ କରିଥିଲେ ।ଛାତ୍ରୀମାନଙ୍କ ପ୍ରତି ଅଧ୍ୟାପିକା ଓ ଅଧ୍ୟାପକମାନଙ୍କର ଯେତିକି ଗୁରୁ ଦାୟିତ୍ବ ରହିଛି ସେତିକି ଦାୟିତ୍ବ ଅଭିଭାବକ ମାନଙ୍କର ରହିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାଦାନ ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇଥିବାରୁ ଛାତ୍ରୀମାନେ ପାଠ ପଢା ପ୍ରତି ଧ୍ଯାନ ଦେଇ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ସୁଯୋଗର ସଦୁପଯୋଗ କରିବାକୁ ଅଧ୍ୟାପିକା ନିବେଦିତା ପଟ୍ଟନାୟକଙ୍କ ସମେତ ଅନ୍ଯ ଅଧ୍ୟାପକ ଓ ଅଧ୍ୟାପିକାମାନେ ମତ ରଖିଥିଲେ। ଛାତ୍ରୀଙ୍କ ଅଭିଭାବକମାନେ ଏ ଦିଗରେ ବିଶେଷ ଯତ୍ନବାନ ହେବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ।ଚଳିତ ଶିକ୍ଷାବର୍ଷର କାର୍ଯ୍ଯ ସୂଚୀ , ପରୀକ୍ଷା ସାରଣୀ ସଂର୍ପକରେ ଅଭିଭାବକମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।ଅଧ୍ୟାପିକା ବିଶ୍ଵଭାରତୀ ମହାରଣା କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ। ପରିଶେଷରେ ଅଭିଭାବକ ,ଅଧ୍ୟାପିକା ଓ ଅଧ୍ୟାପକମାନେ ଅନୁଷ୍ଠାନ ପରିସରରେ କିଛି ଚାରା ରୋପଣ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق