ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ଯକ୍ରମ
ଖଣ୍ଡପଡ଼ା ୧/୮ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):
ଖଣ୍ଡପଡ଼ା ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଚିତ୍ତରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ ଯୋଗଦେଇ ବିଭିନ୍ନ କିସମର ଚାରା ଅନୁଷ୍ଠାନ ପରିସରରେ ରୋପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିପ୍ସା ନନ୍ଦ, ନୟାଗଡ଼ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସଭାପତି ମନୋଜ ନାୟକ, ସମ୍ପାଦକ ଶେଖ ଇସୁବ, ବନପାଳ ବନମାଳୀ ରାଉତ, ଖଣ୍ଡପଡ଼ାର ପୂର୍ବତନ ସରପଞ୍ଚ ଧନେଶ୍ୱର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ମହାପାତ୍ରଙ୍କ ସମେତ ଜିଲ୍ଲାସ୍ତରରୁ ସାମ୍ବାଦିକମାନେ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।ଖଣ୍ଡପଡ଼ା ସାମ୍ବାଦିକ ସଂଘର ସଦସ୍ୟମାନେ କାର୍ଯ୍ଯକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق