BREAKING
Loading...
:

ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ମଶାଙ୍କ ଉପଦ୍ରବ, ଅତିଷ୍ଠ ଖଣ୍ଡପଡ଼ା ସହରବାସୀ

 ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ମଶାଙ୍କ ଉପଦ୍ରବ, ଅତିଷ୍ଠ ଖଣ୍ଡପଡ଼ା ସହରବାସୀ



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବର୍ଷା ଦିନେ  ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଖଣ୍ଡପଡ଼ା ସହରବାସୀଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। ବିଭିନ୍ନ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ମାଟିରେ ମିଶିଥିବା ବେଳେ ଆର୍ବଜନା ପାଣି ରାସ୍ତାରେ ମାଡୁଛି।ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା  ଯୋଗୁଁ ମଶା,ମାଛିଙ୍କ ଦୌରାତ୍ମ୍ଯ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି।ସହରବାସୀ ଡେଙ୍ଗୁ ମ୍ଯାଲେରିଆ ପରି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଏବେ ଵର୍ଷାରୁତୁ ଯୋଗୁଁ ସବୁଠି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।ସହରର ଗଳିକନ୍ଦି ରାସ୍ତାରେ ଥିବା ଡ୍ରେନ ଗୁଡ଼ିକ ବର୍ଷା ଦିନ ପୂର୍ବରୁ ସଫା ହୋଇନଥିବାରୁ ଏହା ମଶା ମାଛିଙ୍କ ପାଇଁ ଏନ୍ତୁଡ଼ିଶାଳ ପାଲଟିଥିବା ସାଧାରଣରେ ଆଲୋଚନା ହେଉଛି ।ଖଣ୍ଡପଡ଼ା ସହରର ଡାକ୍ତରଖାନା ଛକରୁ ଜେଲଖାନା ଦେଇ ନିକଟସ୍ଥ ମଣିକର୍ଣ୍ଣିକା ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ନାଳ ବ୍ୟବସ୍ଥା ନଥିବାରୁ ସାମାନ୍ଯ ବର୍ଷା ହେଲେ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି।ମୁଖ୍ଯ ରାସ୍ତାର ଉଭୟ ପାର୍ଶ୍ବରେ ନାଳ ନିର୍ମାଣ ନିମନ୍ତେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ନତୁବା ଏନଏସି କର୍ତ୍ତୃପକ୍ଷ  ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।ସେହିପରି ମଶା,ମାଛିଙ୍କ ଦୌରାତ୍ମ୍ଯରୁ ରକ୍ଷା ନିମନ୍ତେ ଏନଏସି କର୍ତ୍ତୃପକ୍ଷ ଦୈନିକ ମଶାମରା ଧୁଆଁ ପ୍ରୟୋଗ କରିବା ସହ ଖୋଲାମେଲାରେ ଥିବା ନାଳ ଉପରେ ସିମେଣ୍ଟ କଂକ୍ରିଟ ସ୍ଲାବ ପକାଇବାକୁ ସହରବାସୀ ଦାବି କରିଛନ୍ତି।ଏଥିପ୍ରତି ଏନ୍ଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି  ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS