ହାଇସ୍କୁଲ ଛକ ଠାରେ ବିଜେଡ଼ି ପକ୍ଷରୁ ଏଫ୍ ଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିକ୍ଷୋଭ ପ୍ରଦର୍ଶନ ।
ଗଜପତି(ମନୋଜ ପାଢୀ) : ଗଜପତି ଫକିର ମୋହନ ସ୍ଵୟଂ ଶାସିତ ମହା ବିଦ୍ୟାଳୟର ଛାତ୍ରୀ ଙ୍କ ଆତ୍ମହତ୍ୟା ଘଟଣା କୁ ନେଇ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ରାଜ୍ୟ ସରକାରଙ୍କୁ ସମାଲୋଚନା କରି ହାଇସ୍କୁଲ ଛକ ଠାରେ ଟାୟାର ଜାଳି ବିଜେଡ଼ି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ବିକ୍ଷୋଭ ପ୍ରଦର୍ଶନ ଟି ଜିଲ୍ଲା ସଭାପତିଙ୍କ ନେତୃତ୍ଵରେ ଆୟୋଜିତ ହୋଇ ଥିବା ବେଳେ ପାରଳା ବିଧାୟକଙ୍କ ସହ ବହୁ ବିଜେଡ଼ି ନେତା ନେତ୍ରୀ ଯୋଗ ଦେଇ ଉକ୍ତ ବିଦ୍ୟାର୍ଥୀ ଙ୍କୁ ନ୍ୟାୟ ଦେବା ପାଇଁ ନିଜର ଦାବି ଉପସ୍ଥାପନ କରିଥିଲେ। ଯାହାକି ଆଜି ଚାରିଟା ବେଳେ ଜିଲ୍ଲା ବିଜେଡ଼ି ପକ୍ଷରୁ ସୂଚନା ମିଳିଛି।
ମଣିଭଦ୍ରା ଖବର, ଗଜପତି
Post a Comment