BREAKING
Loading...
:

ପ୍ରେସ ୟୁନିୟନ ର ନବମ ବାର୍ଷିକ ଉତ୍ସବ ରାୟଗଡା ଜିଲ୍ଲା ଅଡିଟରୀୟମ ଠାରେ ପାଳନ l

 ପ୍ରେସ ୟୁନିୟନ ର ନବମ ବାର୍ଷିକ ଉତ୍ସବ ରାୟଗଡା ଜିଲ୍ଲା ଅଡିଟରୀୟମ ଠାରେ  ପାଳନ l 



ରାୟଗଡା (ମଣିଭଦ୍ରା ଖବର);ରାୟଗଡା ଜିଲ୍ଲା ର ପ୍ରେସ ୟୁନିୟନ ତରଫରୁ ନବମ ବାର୍ଷିକ ଉତ୍ସବ ବଡ଼ ଆଡମ୍ବର ଧୂମଧାମ ସହ ରାୟଗଡା ଜିଲ୍ଲାର ଅଡିଟରୀୟମ ଠାରେ ପାଳନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ତର ଇତିରାଣୀ ସାମନ୍ତ ଭୁବନେଶ୍ୱର ଅଡିଟର - କାଦମ୍ବିନୀ, ଡକ୍ତର ନିଖିଳ କୁମାର ଗୌଡ଼ - HOD ସାମ୍ବାଦିକ ସେଣ୍ଟ୍ରାଲ ୟୁନିଭେର୍ସିଟି କୋରାପୁଟ, ଏସ. ଯେ ଦାଣ୍ଡିସ୍ୱାମୀ ଭାସ୍କର ତ୍ରିର୍ଥ ସଭାପତି ଅଖିଳ ଭାରତୀୟ ସନ୍ଥ ସମିତି ଏବଂ ପ୍ରେସ ୟୁନିୟନ ସଭାପତି ଶ୍ରୀ ଅମୁଲ୍ୟରତ୍ନ ସାହୁ ଓ ଉପସଭାପତି ଶ୍ରୀ ଶିବାଜୀ ଦାସ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି  l ପ୍ରଥମେ ଓଡିଶା ର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦୀପ ପ୍ରଯଳୋନ କରି ବନ୍ଦେ ଉତ୍କଲ ଜନନୀ ସଂଗୀତ ଗାନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏବଂ ମୁଖ୍ୟତଃ ଓଡିଶା ସମ୍ବିଧାନ ର ଚତୃର୍ଥ ସ୍ତମ୍ବ ସତ୍ୟ ମେବ ଜୟତେ ସତ୍ୟ ର ପ୍ରକାଶ କରିବା ପାଇଁ ଗଣ ମାଧ୍ୟମ ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା l କିଭଳି ସାମ୍ବାଦିକ ମାନେ ସୁରକ୍ଷିତ ଭାବେ କାର୍ଯ୍ୟ କରିବେ ଏବଂ ପ୍ରେସ ୟୁନିୟନ ର ସାମ୍ବାଦିକ ମାନେ ମର୍ଯ୍ୟାଦାର ସହ ଜନ ସମାଜ ରେ ଘଟୁଥିବା ଦୁର୍ନୀତି ଖବର କୁ ଲୋକଲୋଚ କୁ ଆଣିଵା କାର୍ଯ୍ୟ ସହ ଗରିବ, ନିରୀହ ଲୋକଙ୍କୁ ସାହାଯ୍ୟ ସହଯୋଗ କାମ କରିଵା ନେଇ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ରାୟଗଡା ଜିଲ୍ଲାର ପ୍ରେସ ୟୁନିୟନ ର ନିୟମାବଳୀ କୁ ମାନି  ସମସ୍ତ ସାମ୍ବାଦିକ ସଙ୍ଘ ଏକତ୍ରିତ ହୋଇ ରାୟଗଡା ଜିଲ୍ଲାରେ ସୁନାମ ଅର୍ଜନ କରି ବହୁ ଆଗରେ ରହିବ ବୋଲି ଉପସଭାପତି ଶ୍ରୀ ଶିବାଜୀ ଦାସ ତାଙ୍କ ଅଭିଭାଷଣ ରେ ସମସ୍ତ ସାମ୍ବାଦିକ ମାନଙ୍କୁ ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ  ବହୁ ସଂଖ୍ୟାରେ ବରିଷ୍ଠ ସାମ୍ବାଦିକ ଏବଂ ମାନ୍ୟ ଗଣ୍ୟ ସମାଜ ସେବକ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ  l ସମସ୍ତ କାର୍ଯ୍ୟକ୍ରମ ଶେଷରେ ପ୍ରେସ ୟୁନିୟନ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS