ଆର୍ ଏସ୍ ଏସ୍ ପାଳିଲା ବିଶ୍ବ ଯୋଗ ଦିବସ
ବ୍ରହ୍ମପୁର (ମଣିଭଦ୍ରା ଖବର) ବିଶ୍ୱ ଯୋଗ ଦିବସ ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବୀର ହନୁମାନ ପ୍ରଭାତ ଶାଖା ତରଫରୁ ଯୋଗାଭ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ଗୋସାଇଁନୂଆଗାଁ କେ. ସି. ହାଇସ୍କୁଲ ପଡ଼ିଆରେ ସକାଳ ୬.୩୦ରୁ ଏକ ଘଣ୍ଟା କାଳ ଯୋଗ ଅଭ୍ୟାସ ଓ ପ୍ରଦର୍ଶନୀ କରାଯାଇଥିଲା। ପ୍ରଥମେ ସୁକ୍ଷ୍ମ ବ୍ୟାୟାମ କରାଯାଇଥିଲା। ପରେ ଠିଆ ହୋଇ ତାଡାସନ, ତ୍ରିକୋଣାସନ, ପାଦହସ୍ତାସନ, ଅର୍ଦ୍ଧ ଚକ୍ରାସନ, ବୀର ଭଦ୍ରାସନ (୧) ଏବଂ ବସିକରି ଭଦ୍ରାସନ, ବକ୍ରାସନ, ଅର୍ଦ୍ଧ ଉଷ୍ଟ୍ରାସନ, ଶଶକାସନ, ପଦ୍ମାସନ, ଉତ୍ତନ ମଣ୍ଡୁକାସନ ଅଭ୍ୟାସ କରାଯାଇଥିଲା। ସେହିପରି ଶୋଇକରି ଅର୍ଦ୍ଧହଳାସନ, ପବନମୁକ୍ତାସନ, ଭୁଜଙ୍ଗାସନ, ଶଲଭାସନ, ସେତୁବନ୍ଧାସନ ସମେତ ଶୀତଳୀ ପ୍ରାଣାୟାମ, ଭ୍ରମରି ପ୍ରାଣାୟାମ, କପାଳ ଭାରତୀ, ନାଡି ଶୋଧନ ପ୍ରଦର୍ଶନୀ କରାଯାଇଥିଲା।
ରବୀନ୍ଦ୍ର ଶତପଥୀ, ଭିକି ରାଜୁ, ଏନ୍. ଲିଙ୍ଗରାଜ, ନୀଳକଣ୍ଠ ଚୋୖଧୁରୀ, ଭଗବାନ ଚୋୖଧୁରୀ ପ୍ରମୁଖ ମଞ୍ଚ ଉପରୁ ଯୋଗ ପ୍ରଦର୍ଶନ କରିଥିଲେ। ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ ନାରାୟଣ ସାହୁ ଏହି ସମସ୍ତ ଆସନ, ପ୍ରାଣାୟାମର ଉପକାରିତା ବିଷୟରେ ବର୍ଣ୍ଣନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶାଖା କାର୍ଯ୍ୟକାଳ ପ୍ରହଲ୍ଲାଦ ପାଣିଗ୍ରାହୀ।
ପ୍ରାୟ ୨୦୦ ଜଣ ସ୍ବୟଂସେବକଙ୍କ ସମେତ ବହୁ ପୁରୁଷ ଓ ମହିଳା, ଶିଶୁ ଅଂଶଗ୍ରହଣ କରିଥିଲେ। ଶାନ୍ତି ମନ୍ତ୍ର ପାଠ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ସହରର ୨୭ଟି ଆର୍ ଏସ୍ ଏସ୍ ଶାଖାରେ ଏହିଭଳି ଯୋଗାସନ ଅଭ୍ୟାସ ଓ ପ୍ରଦର୍ଶନୀ କରାଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق