ଓଡିଶା ପ୍ରଦେଶ ଗଠନର ଏନ୍ତୁଡି ଶାଳ ରମ୍ଭାର, ୪୧ ପ୍ରତିମୂର୍ତ୍ତି ୫ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ l
ରମ୍ଭା (ମଣିଭଦ୍ରା ଖବର) ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାମୀ ଶଙ୍କରାନନ୍ଦ ଗିରି ମହାରାଜଙ୍କ ଅଧ୍ୟକ୍ଷତାରେ ୪୧ ଗୋଟି ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୦୨,୧୯୦୩ ତତ୍କାଳୀନ ଖଲ୍ଲିକୋଟ ରାଜ ହରିହର ମର୍ଦ୍ଦରାଜ ଦେଓଙ୍କ ଆହ୍ବାନରେ ରମ୍ଭା ରାଜବାଟିରେ ଉତ୍କଳର ବରପୁତ୍ର ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡିଶା ପ୍ରଦେଶ ଗଠନ ଭାଷା, ସାହିତ୍ୟ, ସଂସ୍କୃତିକୁ ଅଭିବୃଦ୍ଧି କରିବା ପାଇଁ ସ୍ମୃତି ଉଦ୍ଦେଶ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନର ପ୍ରତୀକ୍ଷା ଅନ୍ତ ଘଟାଇ ଚଳିତ ମାସ ୫ରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉକ୍ତ ଉଦ୍ଘାଟନ ଉତ୍ସବରେ ସାମିଲ ହେବା ପାଇଁ ସମ୍ମତି ପ୍ରକାଶ କରୁଥିବା ପୂର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ରମ୍ଭା ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପୂଜ୍ୟପୂଜା ସଂସଦ, ଉତ୍କଳ ସ୍ୱାଭିମାନ ମଞ୍ଚ ପୁରୀର କର୍ମକର୍ତ୍ତା ସଦସ୍ୟ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରସାଦ ରାଓ ପୃଷ୍ଟି, ପ୍ରସନ୍ନ ମିଶ୍ର, ପଞ୍ଚାନନ ଖଟୁଆ ସମେତ, ରମ୍ଭା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଅମୁଲ୍ୟ କୁମାର ସେନାପତି,ମହେନ୍ଦ୍ର ସେନାପତି, ନଗେନ କୁମାର ସେନାପତି,ରାମଚନ୍ଦ୍ର ବାଡତ୍ୟା, ସୁବାସ ଚନ୍ଦ୍ର ପତି, ଜଗନ୍ନାଥ ଦାସ, ପୂର୍ଣ୍ଣ ଚନ୍ଦ୍ର ବେହେରା, ଭୀମସେନ ବେହେରା ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଆଇନଜୀବି, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବୈଠକରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ରମ୍ଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق