ବାଙ୍କୀ ସାମ୍ବାଦିକ ଆକ୍ରମଣ ଘଟଣା ତୀବ୍ରତର ହେବାରେ ଲାଗିଛି
ବାଙ୍କୀ,(ମାନସ ରଞ୍ଜନ ସାହୁ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଖଇରପଙ୍ଗା ଘଟଣାର ଗୁରୁତ୍ୱକୁ ତୀବ୍ର ନିନ୍ଦା କରି ଓ ଡି ଏମ ବାଙ୍କୀ-ଡମପଡା ଶାଖା ବାଙ୍କୀ ଉପଖଣ୍ଡ ଅଧିକାରଙ୍କ ଦ୍ୱାରସ୍ଥ ହୋଇଛି.
ସୂଚନା ଥାଉକି ଜଗନ୍ନାପୁର ପଂଚାୟତ ଖଇରପଙ୍ଗା ଗ୍ରାମରେ ଚୋରୀ ଘଟଣା କୁ ନେଇ ଚୋର ଧରିବା ପାଇଁ ଖଟିଆ ବୁଲିବା କାର୍ଯ୍ୟ ଜାରି ରଖିଥିଲେ. ଏହି ବେଆଇନ କାର୍ଯ୍ୟ ଜାରି ରହିଥିବା ସୂଚନା ପାଇ ବୈଦ୍ୟେଶ୍ୱର ଥାନାର ପୋଲିସ ଏବଂ ସ୍ଥାନୀୟ ଆଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ପହଁଚି ଥିଲେ. ସେଠି ଘଟଣା ସମ୍ପର୍କ ରେ ପଚାରି ବୁଝିବାରୁ ଖଇରପଙ୍ଗା ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତି ମାନେ ପୋଲିସ ଏବଂ ସାମ୍ବାଦିକଙ୍କୁ ମରନାମ୍ତକ ଆକ୍ରମଣ କରିଥିଲେ.ଏଥି ମଧ୍ୟରେ ସ୍ଥାନୀୟ ସାମ୍ବାଦିକ ମାନସ ରଞ୍ଜନ ସାହୁ ଆକ୍ରମଣର ଶିକାର ହୋଇଥିଲେ. ଏବଂ ତାଙ୍କ ନିକଟରେ ଥିବା 3.000( ତିନି ହଜାର)ଟଙ୍କା, ଏକ ମୋବାଇଲ ସହ ବେକରେ ଥିବା ସୁନା ଚେନ ଛଡାଇ ନେଇଥିବା ସ୍ଥାନୀୟ ବୈଦ୍ୟେଶ୍ୱର ଥାନାରେ ଅଭିଯୋଗ ହୋଇଛି ।
ଅନ୍ୟ ପଟେ ଓ ଡି ଏମ ବାଙ୍କୀ- ଡମପଡା ଡିଜିଟାଲ ଶାଖା ଏହି ଘଟଣକୁ ତୀବ୍ର ନିନ୍ଦା କରିବା ସହ ଘଟଣା ର ନ୍ୟାୟ ଦାବିକରି ଆଜି ବୈଦ୍ୟେଶ୍ୱର ଥାନା ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ବାଲକୃଷ୍ଣ କହଁରଙ୍କ ପାଖରେ ପହଁଚି ଏହି ଘଟଣା ସମ୍ପର୍ରେ ବିସ୍ତୃତ ଆଲୋଚନା କରି ତୁରନ୍ତ ନ୍ୟାୟ ଦାବୀ କରିଛନ୍ତି. ଘଟଣାର ଗୁରୁତ୍ୱ କୁ ଉପଲବ୍ଧ କରି ବାଙ୍କୀ ଉପଖଣ୍ଡ ଅଧିକାରୀ ଶ୍ରୀ କହଁର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି. ଏହି ଆଲୋଚନା ରେ ଓଡିଶା ଡିଜିଟାଲ ମହାସଙ୍ଘର ରାଜ୍ୟ ସଭାପତି ସତ୍ୟବ୍ରତ ଦାସ, ବାଙ୍କୀ ପ୍ରେସ କ୍ଳବ ସଭାପତି ବଳଭଦ୍ର ପଣ୍ଡା, ଉପ ସଭାପତି ସମରେନ୍ଦ୍ର ମହାପାତ୍ର, ଏସ ୟୁ ଯେ ଜିଲ୍ଲା ସଂଗଠନ ସମ୍ପାଦକ ଶୁଭେନ୍ଦୁ କୁମାର ମହାପାତ୍ର, ଭଏସ ଅଫ ମିଡ଼ିଆ ର କଟକ ଜିଲ୍ଲା ସଭାପତି ପୁର୍ନେନ୍ଦୁ ନାୟକ,ଶୁଶାନ୍ତ କୁମାର ନାୟକ, ପ୍ରଶାନ୍ତ ପଳେଇ, ଅଶୋକ ରଣା, ମୃତ୍ୟୁଞ୍ଜୟ ମହାପାତ୍ର, ଶ୍ରବଣ ସେଠୀ, ସୂର୍ଯ୍ୟମଣି ମଲ୍ଲିକ, ଶିବ ପ୍ରସାଦ ସାହୁ, ପ୍ରଶାନ୍ତ କର, ଅନନ୍ତ ରଣା, ବ୍ରହ୍ମାନନ୍ଦ ପ୍ରଧାନ, ଆନନ୍ଦ ସ୍ୱାଇଁ ପ୍ରମୁଖ ବାଙ୍କୀର କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ. ଏଭଳି ଘଟଣା କୁ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସହ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق