BREAKING
Loading...
:

ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ

 ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ

(ମଣିଭଦ୍ରା ଖବର) ଆଜିର ଶିଶୁ କାଲିର ସୁନାଗରିକ,. ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତିର ଗଠନରେ ସାମିଲ ହେବା ଜରୁରୀ -ଏସ.ପି-   ମାଲକାନଗିରି, ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ଶିବିର, ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯୋଗ ଦେଇ ଶିବିର ଟିକୁ ଉଦଘାଟନ କରି ତାଙ୍କଭାଷଣ ରେ କହିଛନ୍ତି ଆଜିର ଶିଶୁ କାଲିର ସୁନାଗରିକ,ଶିଶୁ ହସିଲେ ଦୁନିଆ ହସିବ,ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତିର ଗଠନରେ ସାମିଲ ହେବା ର ଆବଶ୍ୟକତା ରହିଛି.।

ମାଲକାନଗିରି ଜିଲ୍ଲା   ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଳା ପ୍ରଶାସନର ମିଳିତ ଅନୁକୁଲ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ପାଞ୍ଚ ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଚାଲାଣଗୁଡା ପଞ୍ଚାୟତ ଚମ୍ପାନଗରସ୍ଥ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସଭାଗୃହ  ଅନୁଷ୍ଠିତ ହୋଇଯାଇଅଛି I ଜିଲ୍ଲା ର ୪ରୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ  ଶିଶୁ ଓ ୪୦ ରୁ ଅଧିକ କର୍ମକର୍ତ୍ତା ମାନଙ୍କୁ  ନେଇ  ଦୀର୍ଘ  ୫ ଦିନ ପାଇଁ ଏହି ଗ୍ରୀଷ୍ମ କାଳୀନ ଅଧିବେଶନ ର ଶୁଭIରମ୍ଭ ହୋଇଅଛି I ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ହେଉଛି, ଶିଶୁ ଗୃହରେ ରହୁଥିବା ଅନ୍ତେବାସୀ ମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ, ସୁଚରିତ୍ରର  ଗଠନ, ଦକ୍ଷତାର ଅବିବୃଦ୍ଧି ଓ ଏକ ପୂର୍ଣ୍ଣାଙ୍ଗ ବିକଶିତ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ମଣିଷ ଭାବରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ  ସାମିଲ କରାଇବା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୂଖ୍ୟଅତିଥି ଭାବେ ଏସପି ବିନୋଦ ପାଟିଲ, ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଚେୟାରମେନ ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ସମାଜ ସେବୀ ରତ୍ନାକର ଦାଶ,ଜିଲ୍ଳା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା  ଅଧିକାରୀ  ଶ୍ରୀମତୀ ଇନ୍ଦୀରା ପ୍ରଧାନ  ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଗଠନ ଓ କଠିନ ଅଧ୍ୟବସାୟ ପାଇଁ  ପ୍ରେରଣା ପ୍ରଦାନ କରିବା  ସହ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ କୁ ସମ୍ମାନ ଦେବା ସଙ୍ଗେସଙ୍ଗେ ଏହାକୁ  ମାନି ଚାଲିବାକୁ ମତ ବ୍ୟକ୍ତ କରିଥିଲେ I ଏଥିସହ ପ୍ରତ୍ୟେକ ଶିଶୁ  ଆଗାମୀ ଦିନରେ ଦେଶ ଓ ଜାତିର ଗଠନରେ ସାମିଲ ହେବା ପାଇଁ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ I  ଶିଶୁ ମାନଙ୍କ ମଧ୍ୟରେ ଧର୍ଯ୍ୟ, କାର୍ତ୍ୟବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା, ଦୃଢ ସଂକଳ୍ପ, ସୁଚରିତ୍ରର  ଗଠନ ଓ  ଦକ୍ଷତାର ଅବିବୃଦ୍ଧି ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ I ବିନାଶ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ।      ପରିବର୍ତ୍ତନ ଶିଶୁ ଗୃହ, ନୀଳାଚଳ ଆଦିବାସୀ ସେବାଶ୍ରମ, ଜୟ ଶିଶୁ ଗୃହ ଓ  ବନବାସୀ ଶିଶୁ ଆଶ୍ରମର ଅନ୍ତେବାସୀ ର ମୁଖ୍ୟ ପରିଚାଳକ, ସମସ୍ତ କର୍ମକର୍ତ୍ତା, ଶିଶୁ ସହାୟତା ଲାଇନର କର୍ମକର୍ତ୍ତା, ସ୍ୱତନ୍ତ୍ର  ପର୍ଯ୍ୟବେକ୍ଷଣ ଗୃହର  କର୍ମକର୍ତ୍ତା ଏବଂ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ର ଶ୍ରୀମତୀ ସୁଦେସ୍ନା ରାଉତ , ଶ୍ରୀମତୀ ମୌସୁମୀମିଶ୍ର,  ଗଙ୍ଗା ବଡରାଜୁ, ସୁଶାନ୍ତ, ଶିବ ଓ ଅନ୍ୟ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା I  ଏହି ୫ ଦିନିଆ ଗ୍ରୀଷ୍ମ କାଳୀନ ଅଦିବେଶନରେ ଶିଶୁ ଗୃହର ଅନ୍ତେ ବାସୀ ମାନଙ୍କ ପାଇଁ ଯୋଗ ଓ ଧ୍ୟାନ  ପ୍ରଶିକ୍ଷଣ, ଆତ୍ମ ସୁରକ୍ଷା  କୌଶଳର ପ୍ରଶିକ୍ଷଣ, ହସ୍ତ କଳା ଓ ହସ୍ତ ଶିଳ୍ପ ପଦାର୍ଥ ପ୍ରସ୍ତୁତି  ପ୍ରଶିକ୍ଷଣ,ସଂଗୀତ , ନୃତ୍ୟ , ଆଧୁନିକ ଚିତ୍ରାଙ୍କନ, ବିତର୍କ କୌଶଳ ପ୍ରଶିକ୍ଷଣ ଓ ତୀରନ୍ଧାଜ କୌଶଳ ପ୍ରଶିକ୍ଷଣ, ଜୁଡୋ ଓ ମାର୍ଶାଲ ଆର୍ଟ କୌଶଳ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ସହ ପର୍ବତ ଆରୋହଣ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଅଛି I ଉପରୋକ୍ତ ପ୍ରଶିକ୍ଷଣ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ  ମାଲକାନଗିରି, କୋରାପୁଟ  ଓ ନବରଙ୍ଗପୁର ଜିଲ୍ଲାର ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକ ମାନେ ଯୋଗ ଦେଇଛନ୍ତି, ଆତ୍ମ ରକ୍ଷାକୌଶଳ, ଯୋଗ ପ୍ରଶିକ୍ଷଣ ପାଇଁ "ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀ" ଆଓମା ଗୁରୁକୁଳ ର ଦକ୍ଷ ପ୍ରଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଇ ଅଛି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS