BREAKING
Loading...
:

ଆର୍ଟ ଏଣ୍ଡ କ୍ରାଫ୍ଟ ଶିବିର

 ଆର୍ଟ ଏଣ୍ଡ କ୍ରାଫ୍ଟ ଶିବିର 

 



 ପାଲବାଣୀ, ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଆନୁକୂଲ୍ୟରେ ଆର୍ଟ ଆଣ୍ଡ କ୍ରାଫ୍ଟ ର 11 ଦିନିଆ  ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ହୋଇଯାଇଛି l ଏହି ଶିବିର 21.05.25 ରୁ 31.05.25 ଯାଏଁ ଚାଲୁ ରହିଥିଲା l ଆଜିର ଏହି ଉଦଯାପନୀ ସଭାରେ ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତା ସଭାପତିତ୍ୱ କରିଥିଲେ l ସମ୍ମାନୀୟ ଅତିଥି ଭାବେ ବରିଷ୍ଠ  ଇଂରାଜୀ ଅଧ୍ୟାପକ ଡ଼. ରଂଜିତ କୁମାର ସାହୁ ଯୋଗଦେଇ ଥିବାବେଳେ ମୁଖ୍ୟଅତିଥି ଭାବେ ଜାତୀୟ ସ୍ତରରେ ସମ୍ମାନିତ ଚିତ୍ରଶିଳ୍ପୀ ତଥା ଆର୍ଟ ଏଣ୍ଡ କଲଚରର ଡିଷ୍ଟ୍ରିକ୍ଟ  ଆଡ଼ଭାଇଜାରୀ ମେମ୍ବର ଶ୍ରୀଯୁକ୍ତ ଚାରୁଚନ୍ଦ୍ର ଦାସ ଯୋଗଦେଇ ତାଙ୍କ ବକ୍ତବ୍ୟରେ ବିଭିନ୍ନ  ଉପଦେଶ ପିଲାମାନଙ୍କୁ ଦେଇଥିଲେ l ସେହିପରି ଶିବିରରେ ପ୍ରଦର୍ଶିତ ସମସ୍ତ ଆର୍ଟ ଏଣ୍ଡ କ୍ରାଫ୍ଟ ବୁଲି ଦେଖିବା ସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ପିଲାଙ୍କୁ ସାର୍ଟିଫିକେଟ ସହିତ ମେଡାଲ ପ୍ରଦାନ କରିଥିଲେ l ଆଜିର ସଭାରେ ଟ୍ରଷ୍ଟି ରାକେଶ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଆପଣ ମାନଙ୍କ ଅବଗତି ନିମନ୍ତେ ଶ୍ରୀ ଜଗନ୍ନାଥ କଳା ଏକାଡେମୀରେ ବର୍ତ୍ତମାନ ଆର୍ଟ ଏଣ୍ଡ  କ୍ରାଫ୍ଟ ସହିତ ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ, କଣ୍ଠ ସଙ୍ଗୀତ ସାଙ୍ଗକୁ ଯୋଗ କ୍ଲାସ ମଧ୍ୟ କରାଯାଉଅଛି l ଆଜିକାର ଏହି ଉଦଯାପନୀ ଉତ୍ସବ ଉପଲକ୍ଷେ ଆୟୋଜିତ ସଭାକାର୍ଯ୍ୟକୁ ଆର୍ଟ ଆଣ୍ଡ କ୍ରାଫ୍ଟର  ପ୍ରଶିକ୍ଷକ ଚିରଞ୍ଜୀବ ସାହୁ, ପ୍ରକାଶନି ସାହୁ ପରିଚାଳନାରେ ସହଯୋଗ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS