BREAKING
Loading...
:

ଡମପଡ଼ାରେ ନୂତନ ଜେ.ଏମ୍‌.ଏଫ୍‌.ସି କୋର୍ଟ ଉଦ୍‌ଘାଟିତ

 ଡମପଡ଼ାରେ ନୂତନ ଜେ.ଏମ୍‌.ଏଫ୍‌.ସି କୋର୍ଟ ଉଦ୍‌ଘାଟିତ 

ବାଙ୍କୀ (ମାନସ ରଞ୍ଜନ ସାହୁ)  ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ଠାରେ ଜେ.ଏମ୍‌.ଏଫ୍‌.ସି (ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ୍ କ୍ଲାସ୍‌) ନୂତନ ଭାବରେ ଉଦ୍‌ଘାଟିତ ହୋଇଛି । ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟବିଚାରପତି ଜଷ୍ଟିସ୍ ହରିସ୍ ଟଣ୍ଡନ୍  ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ସଂଗମ କୁମାର ସାହୁ ଉପସ୍ଥିତ ଥିଲେ । କୋର୍ଟ ଉଦ୍‌ଘାଟିତ ସମୟରେ କୋର୍ଟ ପରିସରରେ କଟକ ଜିଲ୍ଲାଜଜ୍ ଶିତିକାନ୍ତ ସାମଲ , ବିଚାରବିଭାଗୀୟ ରେଜିଷ୍ଟ୍ରାର୍ ଦୀପଙ୍କର ପଟ୍ଟନାୟକ , ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ଉପଖଣ୍ଡ ପୋଲିସ୍ ବିଭାଗ ଅଧିକାରୀ ବାଳକୃଷ୍ଣ କହଁର, ବାଙ୍କୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ମର୍ଦ୍ଦରାଜ ଭୂୟାଁ , ବାଙ୍କୀ ଓକିଲ ସଂଘର ସଭାପତି ଧିରେନ୍ କୁମାର ମଙ୍ଗରାଜ, ସଂପାଦକ ସୁବାଶିଷ ମହାପାତ୍ର, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ଗୌରୀଶଙ୍କର ନନ୍ଦ, ଭବାନୀ ପ୍ରସାଦ ଧଳ, ଯଯାତିକେଶରୀ ପଟ୍ଟନାୟକ, ପ୍ରଦୀପ ପୃଷ୍ଟି, ବିଶ୍ୱରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ଆଇନଜୀବୀ ଯୋଗଦେଇଥିଲେ । ଏହି କୋର୍ଟର ପ୍ରଥମ ବିଚାରପତି ଭାବେ ଅଶ୍ୱିନୀ କୁମାର ସାହୁ ଯୋଗଦାନ କରି ଆଜି କୋର୍ଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଡମପଡ଼ା ତହସିଲ୍ ଅନ୍ତର୍ଗତ ସମସ୍ତ ପଂଚାୟତର ମାମଲାଗୁଡିକ ଏହି କୋର୍ଟରେ ବିଚାର କରାଯିବ । ବାଙ୍କୀ କୋର୍ଟ ଓ ଡମପଡ଼ା ନୂତନ କୋର୍ଟର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।


ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS