ବିମାନ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶାନ୍ତିପୂର୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା
ଗଣିଆ (ମଣିଭଦ୍ରା ଖବର) ଗୁରୁବାର ଦିନ ଅହମଦାବାଦ ରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ର ବିମାନ AI-171 ଦୁଃଖଦ ଦୁର୍ଘଟଣା ର ସାମ୍ନା କରିବା ଫଳରେ ଜଣକୁ ଛାଡି ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ଅମର ଆତ୍ମା ର ସତ୍ଗତି ନିମନ୍ତେ ଆଜି ଜଗନ୍ନାଥ ପ୍ରସାଦ ର ବୁଦ୍ଧିଯିବି ମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ।
ଏଥି ସହିତ ସେମାନଙ୍କ ଅମର ଆତ୍ମାର ଶ୍ରଦ୍ଧାଞ୍ଜଳି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଏହି ଦୁଃଖଦ ସମୟରେ ସମସ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିବା ସହ ଶୋଭାଯାତ୍ରା ର ସମାପ୍ତି କରିଥିଲେ।
ମଣିଭଦ୍ରା ଖବର, ଗଣିଆ
Post a Comment