BREAKING
Loading...
:

ମାଁ ଉମାଦେବୀ ପୀଠରେ ରଜ ମହୋତ୍ସବ

 ମାଁ ଉମାଦେବୀ ପୀଠରେ ରଜ ମହୋତ୍ସବ




ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ଆରାଧ୍ୟ ଦେବୀ ମାଁ ଉମାଦେବୀ ପୀଠରେ ରଜ ମହୋତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରକାର ଦୋକାନ ଖୋଲାଯାଇଛି ଓ ରଜ ମହୋତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ଏଠାରେ ପ୍ରତିବର୍ଷ ପରି ଏବର୍ଷ ଭଜନ ଗୀତ ଆହୁରି ଅନେକ ନାଚଗୀତ ସହ ପୁରସ୍କାର ପ୍ରଦାନ କରାଯିବା ପରେ ରଜ କୁଇନ ପ୍ରତି ଯୋଗିତା ର ବ୍ୟବସ୍ଥା କରାଯାଇଛି ।

ଆଖପାଖ ଗ୍ରାମର ବହୁ ଲୋକଙ୍କର ସମାଗମ ଦେଖିବାକୁ ମିଳିଛି । ଭିଡ଼ ଜମାଇଥିବା ରୁ ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରାଯାଇଛି। ଆଜି ଠାରୁ ଆରମ୍ଭ କରି ତା୧୭ ରିଖ ପ୍ରର୍ଯ୍ୟନ୍ତ ଜନସମାଗମ ଭିଡ଼  ଜମାଇଥିବା ରୁଖଣ୍ଡପଡ଼ା ମାଁ ଉମାଦେବୀ ପୀଠରେ ଆଲୋକ ର ବ୍ୟବସ୍ଥା କରାଯାଇଛି। କମିଟି ପକ୍ଷରୁ ପ୍ରୟାସ ଜାରି ରଖିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS