ବସଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାରର ପୁନରୁଦ୍ଧାର ଦାବି
ଖଣ୍ଡପଡ଼ା ୨୯|୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ୧ନଂ ଓ୍ବାର୍ଡ ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡ ଠାରେ ଦିର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ଯାତ୍ରୀ ବିଶ୍ରାମାଗାରଟି ଋକ୍ଷଣାବେକ୍ଷଣ ଅଭାବରୁ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି।ଏହାର ପୁନରୁଦ୍ଧାର ଦିଗରେ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଉକ୍ତ ସ୍ଥାନରୁ ଯାତ୍ରୀବାହି ବସ ଯୋଗେ ଜନସାଧାରଣ ସଦାସର୍ବଦା ଯାତାୟତ କରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଯାତ୍ରୀ ବିଶ୍ରାମାଗାରଟି କୌଣସି କାର୍ଯ୍ଯରେ ଆସୁନଥିବା ଜଣାପଡିଛି। କିବା ଖରା ବର୍ଷା ଓ ଶୀତରୁତୁରେ ଯାତ୍ରୀମାନେ ମୁଖ୍ଯ ରାସ୍ତା ପାର୍ଶ୍ବରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଯାତ୍ରୀବାହୀ ବସ ଯୋଗେ ଯାତାୟତ କରୁଛନ୍ତି। ଦିର୍ଘ ବର୍ଷ ତଳେ ଲୁହା ଖୁଣ୍ଟ ସହାୟତାରେ ଆଜବେଷ୍ଟସ ଛପରରେ ଏହି ଯାତ୍ରୀ ବିଶ୍ରାମାଗାର ଟି ନିର୍ମାଣ କରାଯାଇଥିଲା। ସମୟାନୁକ୍ରମେ ରାସ୍ତା ଉଚ୍ଚା ହୋଇଯିବା ପରେ ସାମାନ୍ଯ ବର୍ଷା ହେଲେ ରାସ୍ତାର ପାଣି ଯାତ୍ରୀ ବିଶ୍ରାମାଗାର ମଧ୍ଯରେ ପ୍ରବେଶ କରୁଥିବା ଜଣାପଡିଛି।ଜନସାଧାରଣଙ୍କ ସେବାରେ ଲାଗୁ ନଥିବା ଏହି ଯାତ୍ରୀ ବିଶ୍ରାମାଗାରର ପୁନରୁଦ୍ଧାର ଦିଗରେ ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ,ଅଧ୍ୟକ୍ଷା ଓ ପ୍ରଶାସନ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment