BREAKING
Loading...
:

୧୮ ବର୍ଷ ପରେ ନ୍ୟାୟ ମିଳିଲା, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ବିଦ୍ୟାଳୟରେ ପୁନଃ ଯୋଗ ଦେଲେ ହିନ୍ଦୀ ଶିକ୍ଷକ

 ୧୮ ବର୍ଷ ପରେ ନ୍ୟାୟ ମିଳିଲା,   ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ବିଦ୍ୟାଳୟରେ ପୁନଃ ଯୋଗ  ଦେଲେ ହିନ୍ଦୀ ଶିକ୍ଷକ      



  ଖଣ୍ଡପଡ଼ା ୨୯|୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଦିର୍ଘ ୧୮ ବର୍ଷ ପରେ ଖଣ୍ଡପଡ଼ା ନିକଟସ୍ଥ ବାଇଗୁଣିଆଁ ଗ୍ରାମର ହିନ୍ଦୀ ଶିକ୍ଷକ ପ୍ରମୋଦ କୁମାର ନନ୍ଦଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାୟ ମିଳିଛି। ସଂପୃକ୍ତ ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦଙ୍କୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ପୁର୍ନବାର ନୟାଗଡ ଜିଲ୍ଲାର ନୂଆଗାଁ ବ୍ଳକ ଅଧିନ ଛାଡେନି ଗ୍ରାମ ଉଚ୍ଚ ବିଦ୍ୟାଳୟରେ ପୁନଃ ଅବସ୍ଥାପିତ କରିଥିବା ଜଣାଯାଇଛି।ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ହିନ୍ଦୀ ଶିକ୍ଷକ ଶନିବାର ଉକ୍ତ ବିଦ୍ୟାଳୟରେ ପହଞ୍ଚି କାର୍ଯ୍ଯରେ ଯୋଗଦେଇଥିବା ଜଣାପଡିଛି।ପ୍ରକାଶଥାଉକି ହିନ୍ଦୀ ଶିକ୍ଷକ ଶ୍ରୀ ନନ୍ଦ  ଗତ ୧୯୯୬ ମସିହାରେ ଉକ୍ତ  ଜାକେଡା ଗ୍ରାମ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିବା ସହ ଦିର୍ଘ ୧୧ ବର୍ଷ ଧରି ବିନା ପାରିଶ୍ରମିକରେ ଶିକ୍ଷକତା କରି ଆସୁଥିଲେ।ସନ ୧୯୯୯-୨୦୦୦ ରେ ବିଦ୍ୟାଳୟଟି ସରକାରୀ ସ୍ବୀକୃତିପ୍ରାପ୍ତ ହାସଲ କରିବା ପରେ ସେହି ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଓ   ପ୍ରଧାନଶିକ୍ଷୟତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କେତେକ ଖଳ ପ୍ରକୃତିର ବ୍ୟକ୍ତି ହିନ୍ଦୀ ଶିକ୍ଷକଙ୍କ ବିରୁଦ୍ଧରେ କୁତ୍ସାରଟନା କରିବା ସହ ମିଥ୍ୟା ଅଭିଯୋଗ ଆଣିବାରୁ ବିଦ୍ୟାଳୟ ପରିଚାଳନା କମିଟିର ନିଷ୍ପତ୍ତିକ୍ରମେ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟରୁ ବାହାର କରି ଦିଆଯାଇଥିଲା।ଏହାର ପ୍ରତିବାଦରେ ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ପରିଶେଷରେ ନ୍ୟାୟ ପାଇବା ନିମନ୍ତେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାମଲାରେ ହସ୍ତକ୍ଷେପ କରି ହିନ୍ଦୀ ଶିକ୍ଷକଙ୍କୁ ପୁର୍ନବାର ଜାକେଡା ଉଚ୍ଚ ବିଦ୍ୟାଳୟରେ ଅବସ୍ଥାପିତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏବେ ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦ ବିଦ୍ୟାଳୟରେ ଯୋଗଦେଇ ଥିବାରୁ ଜାକେଡା ଗ୍ରାମବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS