BREAKING
Loading...
:

ଲୁଟେରାଙ୍କ ଟାର୍ଗେଟରେ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ, ମୂଲ୍ଯବାନ ସାମଗ୍ରୀ ଲୁଟ ପରେ ବି ଚେତୁନି ପ୍ରଶାସନ

 ଲୁଟେରାଙ୍କ ଟାର୍ଗେଟରେ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ, ମୂଲ୍ଯବାନ ସାମଗ୍ରୀ ଲୁଟ ପରେ ବି ଚେତୁନି ପ୍ରଶାସନ                                  

 ଖଣ୍ଡପଡ଼ା ୨୯|୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀରେ ଲୁଟେରା ଓ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ଯ ବେଳକୁବେଳ ବୃଦ୍ଧି ପାଇବାରେ ଲାଗିଛି। ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ଯ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖଣ୍ଡପଡ଼ା  ଏନଏସି କର୍ତ୍ତୃପକ୍ଷଙ୍କ ଜରିଆରେ ଓ  କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି।ମାତ୍ର ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଦିଗ ପ୍ରତି ପ୍ରଶାସନ ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ  ହେଉଛି। ଏହାର ସୁଯୋଗ ନେଇ ଖଣ୍ଡପଡ଼ା ସହରର ଜନବସତି ଠାରୁ ଦୁରରେ ଥିବା ଏହି ପର୍ଯ୍ୟଟନସ୍ଥଳୀ  ଉପରେ  ଅସାମାଜିକ ଯୁବକ ଓ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଥିବା ଜମାପଡିଛି।ପର୍ଯ୍ୟଟନସ୍ଥଳୀ ପରିସରରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟପାଟ ହୋଇଥିଲେ ହେଁ ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି କିଛି ନଜାଣିବା ନ୍ଯାୟରେ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀଯନ୍ତ୍ରୀଙ୍କ କାର୍ଯ୍ଯାଳୟ ଅଧିନରେ ଏହି ପରିବେଶ ପର୍ଯ୍ୟଟନସ୍ଥଳୀଟି ରହିଛି।ଦୈନିକ ଶହଶହ ସଂଖ୍ୟାରେ ଜନସାଧାରଣ ଏହି ପରିବେଶ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଆସୁଥିବା ବେଳେ ସେଠାରେ ଭଙ୍ଗା ଭଙ୍ଗି ହୋଇ ପଡି ରହିଥିବା ବ୍ୟାୟାମ ଉପକରଣ ଗୁଡିକୁ ଦେଖି ଦୁଃଖ ପ୍ରକାଶ କରୁଛନ୍ତି। ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS