BREAKING
Loading...
:

ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳିତ

 ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳିତ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ଜାଣତରେ ହେଉ ଅବା ଅଜାଣତରେ ଆମ ମାନଙ୍କ ପାଇଁ ପରିବେଶ ସଙ୍କଟାପନ୍ନ ସ୍ଥିତିରେ ଥିବାରୁ ସମସ୍ତେ ମିଳିମିଶି ଏକତ୍ରିତ ହୋଇ ବୃକ୍ଷ ରୋପଣ କରି ଏକ ପ୍ରଦୂଷଣମୁକ୍ତ ସୁସ୍ଥ ପରିବେଶ ଗଠନ କରିପାରିବା ବୋଲି ଅଧ୍ୟକ୍ଷା ସଲିଲା ସେଠୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ସହିତ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର,ତାରିଣୀ ପ୍ରସାଦ ଆଚାର୍ଯ୍ୟ,କ୍ରିଡ଼ା ଶିକ୍ଷକ ଶେଷଦେବ ରାଉତ,ଭରତ ଚନ୍ଦ୍ର ସାହୁ, ଜମ୍ବେଶ୍ଵର ବସ୍ତି, ଜଗନ୍ନାଥ ମିଶ୍ର,ଚର୍ତୁଭୂଜ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS