BREAKING
Loading...
:

ଦାବି ପୂରଣ ନେଇ କଳାବ୍ୟାଚ ପରିଧାନ କରି ଧାରଣା ଦେଇଛନ୍ତି ବନକର୍ମଚାରୀ

 ଦାବି ପୂରଣ ନେଇ କଳାବ୍ୟାଚ

ପରିଧାନ କରି ଧାରଣା ଦେଇଛନ୍ତି ବନକର୍ମଚାରୀ।



ଖଣ୍ଡପଡ଼ା ୧୫/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ସମସ୍ତ ବନ ବିଭାଗ କର୍ମଚାରୀ ମାନେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅଧୀନରେ କାର୍ଯ୍ୟ ରତ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନ ଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟ ବନକର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ତିନି ଗୋଟି ଦାବି ପୂରଣ ନେଇ ଏକ ସ୍ମାରକପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ମାତ୍ର ରାଜ୍ୟ ସରକାର ଦାବି ପୂରଣ ଦୀଗରେ ଧ୍ୟାନ ଦେଉନଥିବାରୁ ଏହାର ପ୍ରତି ବାବଦରେ ରାଜ୍ୟ ସଂଘ ନିଷ୍ପତ୍ତି କ୍ରମେ ଖଣ୍ଡପଡ଼ା ବନବିଭାଗର କର୍ମଚାରୀମାନେ ରବିବାର ଠାରୁ କଳା ବ୍ୟାଜ ପରିଧାନ କରି  ଶାନ୍ତି ପୂର୍ଣ୍ଣ ଭାବେ ପ୍ରତି ବାବଦରେଧାରଣା ଦେଇଛନ୍ତି। ଖଣ୍ଡପଡ଼ା ବନାଞ୍ଚଳ ଅଧୀକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ୨୧ ତାରିଖ ପ୍ରର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଏ ଭଳି ପ୍ରତିବାଦ କରିବେ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିବା ଜଣାପଡିଛି। ରାଜ୍ୟ ସରକାର ଙ୍କ ପାଖରେ ରଖିଥିବା ଦାବି ଗୁଡ଼ିକ ପୂରଣ ଦିଗରେ ଧ୍ୟାନ ନଦେଲେ ୨୨ ତାରିଖରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମୂହ କାର୍ଯ୍ୟ ନିର୍ବାହ କୁ ବନ୍ଦ କରି ଅନସନରେ ବସି ରହିବାକୁ ରାଜ୍ୟ ବନକର୍ମଚାରୀ ସଂଘ ପକ୍ଷରୁ ନିଷ୍ପତି ନେଇଛନ୍ତି। ମୃତବ୍ୟକ୍ତିଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା, ରାଜ୍ୟ ସରକାର ବନବିଭାଗ କର୍ମଚାରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାସହ ଏକ ବନ ବିଭାଗ କମିଶନଙ୍କସଂଗଠନ ଅନ୍ୟ ଦାବି ଗୁଡ଼ିକ ପୂରଣ ଦିଗରେ ଧ୍ୟାନ ନଦେଲେ ଆଗକୁ ଏହି ଆନ୍ଦୋଳନରେ ବହୁ ବନ ବିଭାଗ ରକ୍ଷଣାବେକ୍ଷଣ ନିମନ୍ତେ ଉତ୍ତରଦାୟୀ ହେବେ ରାଜ୍ୟ ସରକାର ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ କର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କ ବିରୁଦ୍ଧରେ କଳା ବ୍ୟାଜ ପରିଧାନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାରଣା ଦେଇଛନ୍ତି ବନକର୍ମଚାରୀ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS