BREAKING
Loading...
:

ଡିସେମ୍ବର ୨୫ରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

 ଡିସେମ୍ବର ୨୫ରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ 



ଗଣିଆ ୦୬/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ୪୮ ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।  ୨୫ ତାରିଖରେ ବିଏନସିସି,କଟକ ବନାମ ନିହାର -୧୧,କଟକ,୨୬ ତାରିଖରେ ମାଜେଷ୍ଟି କ୍ଳବ,ଆଠଗଡ ବନାମ ଏମସିସି ବେଲପଡାପାଟଣା,୨୭ ତାରିଖରେ ଯଦୁପୁର,ଭୂବନେଶ୍ବର ବନାମ ମେଣ୍ଢାଶାଳ, ଖୋର୍ଦ୍ଧା,୨୮ ତାରିଖରେ ଖୋର୍ଦ୍ଧା -୧୧ ବନାମ ସୁକିନ୍ଦା,ଯାଜପୁର,୨୯ ତାରିଖରେ ପ୍ରଥମ ସେମିଫାଇନାଲ,୩୦ ତାରିଖରେ ଦ୍ବିତୀୟ ସେମିଫାଇନାଲ ଏବଂ ୩୧ ତାରିଖରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ । ବିଜେତା ଦଳକୁ ଟ୍ରଫି ସହିତ ୩୧ ହଜାର ଟଙ୍କା ଏବଂ ଉପ ବିଜେତାଙ୍କୁ ଟ୍ରଫି ସହିତ ୨୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ମିଳିଛି । ଏହି ଟୁର୍ଣ୍ଣାମେଣ୍ଟଟି ଗଣିଆ ବ୍ଳକର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଏଠାରେ ପ୍ରବଳ ଖେଳ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳେ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ବହୁସଂଖ୍ୟାରେ କ୍ରିଡାପ୍ରେମୀ ଯୋଗଦେବାକୁ କ୍ଳବ ତରଫରୁ ନିବେଦନ କରାଯାଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS