ଖଣ୍ଡପଡ଼ା ସହରର ବରିଷ୍ଠ ପୂଜକ ଙ୍କ ପରଲୋକ
ଖଣ୍ଡପଡ଼ା,୧୫/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରରଗିରି ହନୁମାନ ମନ୍ଦିର ର ପ୍ରାରମ୍ଭ କାଳରୁ ପୁଜାରୀ ଭାବେ ଅଚୂତା ନନ୍ଦ ଦାସ ଙ୍କ ୯୧ ବର୍ଷ ବୟସରେ ଗତ କାଲି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ଦୀର୍ଘ ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ। ସ୍ବର୍ଗତ ଦାଶ ଡାକ ବିଭାଗ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ ନିର୍ବାହ କରି ଅବସରପ୍ରାପ୍ତ ପରେ ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଗୀରିହନୁମାନ ମନ୍ଦିର ର ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ମେଳାପି ଓ ସମ୍ମାନୀୟ ବ୍ୟକ୍ତି ଥିଲେ ତାଙ୍କ ବିୟୋଗ ରେ ଖଣ୍ଡପଡ଼ା ବାସି ଶୋକାକୂଳ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କୁ ମାଁ ଉମାଦେବୀ ଶ୍ଵଶାନ ଘାଟ ଠାରେ ତାଙ୍କ ପରିବାର ଲୋକେ ସବ ସଂସ୍କାର କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment