BREAKING
Loading...
:

ବନବିଭାଗର ନୀରବତା ନେଇ ପ୍ରଶ୍ନବାଚୀ ରାସ୍ତାପାର୍ଶ୍ବବୃକ୍ଷ ପାଲଟିଛି ବିଜ୍ଞାପନର ମାଧ୍ୟମ

 ବନବିଭାଗର ନୀରବତା ନେଇ ପ୍ରଶ୍ନବାଚୀ  ରାସ୍ତାପାର୍ଶ୍ବବୃକ୍ଷ ପାଲଟିଛି ବିଜ୍ଞାପନର ମାଧ୍ୟମ

ଖଣ୍ଡପଡ଼ା,୧୫/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ପଥ ପାର୍ଶ୍ବ ବନୀ କରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ହଜାରହଜାର  ବୃକ୍ଷରୋପଣ କରାଯାଉଛି। ମାତ୍ରପରବର୍ତ୍ତୀ ସମୟରେ ଗଛଗୁଡିକର ରକ୍ଷଣାବେକ୍ଷଣ ଦିଗରେ ବନବିଭାଗ କର୍ତ୍ତୃପକ୍ଷ ଯେତିକି ଧ୍ୟାନ ଦେବା କଥା ସେତିକିଧ୍ୟାନ ଦେଉନଥିବାରୁ ସାଧାରଣରେ ଉଦବେଗପ୍ରକାଶ ପାଉଛି । ସାଧାରଣରେ ସଚେତନତା ଅଭାବରୁ  ପଥପାର୍ଶ୍ବ ମହାଦ୍ରୁମ ବନଗୁଡିକ ଏବେ ବିଜ୍ଞାପନର ମାଧ୍ୟମ ପାଲଟିଥିବା ଜଣାପଡିଛି। ପ୍ରକୃତି ପ୍ରତିବୃକ୍ଷର ଆବଶ୍ଯକତା ସଂପର୍କରେ ସମସ୍ତେ ଅବଗତ ଥିଲେ ହେଁ କେତେକ ସ୍ବାର୍ଥପର ବ୍ୟକ୍ତି ନିଜର ସ୍ବାର୍ଥ ସାଧନ ପାଇଁ ବିଭିନ୍ନ ସ୍ଥାନରେ ପଥପାର୍ଶ୍ବ ବୃକ୍ଷ ଗୁଡିକରେ ଲୁହାକଂଟା ସହାୟତାରେ ମାଳମାଳ ବିଜ୍ଞାପନ ମାରିବାକୁ ନେଇ ଖଣ୍ଡପଡ଼ା ଅଞ୍ଚଳର ପରିବେଶବିତମାନେ ଉଦବେଗ  ପ୍ରକାଶ କରିବା ସହ ଏ ସଂପର୍କରେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ , ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ  ବୃକ୍ଷ ଗୁଡିକରେ ବିଜ୍ଞାପନ ଲଗାଇଥିବା  କମ୍ପାନୀ କର୍ତ୍ତୃପକ୍ଷ ଓ ବ୍ୟକ୍ତିବିଶେଷଙ୍କ  ବିରୁଦ୍ଧରେ ଆଇନ  ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।ଖଣ୍ଡପଡ଼ାରୁ କଣ୍ଟିଲୋ ,ନୟାଗଡ ,ଆଡକଟା ଓ ଫତେଗଡ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବସ୍ଥିତ ବୃକ୍ଷ ଗୁଡିକ ବିଜ୍ଞାପନର ମାଧ୍ୟମ ପାଲଟିଥିବା ନଜରକୁ ଆସୁଛି। ବୃକ୍ଷରେ ଲୁହା କଂଟା ବାଡେଇ ବିଜ୍ଞାପନ ଗୁଡିକ ଟଙ୍ଗା ଯାଇଥିବା ଜଣାପଡିଛି। ପଥ ପାର୍ଶ୍ବ ବୃକ୍ଷ ଗୁଡିକ ଉପରେ ଏଭଳି ଅମାନୁଷିକ କାର୍ଯ୍ଯକୁ ବୁଦ୍ଧିଜୀବୀ ମହଲରୁ ନିନ୍ଦା କରାଯାଇଛି। ବୃକ୍ଷରେ ବିଜ୍ଞାପନ ମାରିବା ଭଳି କାର୍ଯ୍ଯରେ ଲିପ୍ତଥିବା ବ୍ୟକ୍ତିମାନେଏଭଳି କାର୍ଯ୍ଯରୁ ନିବୃତ୍ତ ରହିବାକୁ ଖଣ୍ଡପଡ଼ା ଅଞ୍ଚଳର ପରିବେଶବିତମାନେ ଦାବି କରିଛନ୍ତି। ଏଥିପ୍ରତି ନୟାଗଡ ବନଖଣ୍ଡ ଅଧିକାରୀଣି   ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ସଚେତନ ନାଗରିକମାନେ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS