ଓଡ଼ିଶା ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ - ଗଡିଲା ବିକାଶ ଗାଡି , ଶୁଭାରମ୍ଭ ହେଲା ସହଯୋଗ କାର୍ଯ୍ୟକ୍ରମ।
ଟିଟିଲାଗଡ଼ - ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ "ସହଯୋଗ" କାର୍ଯକ୍ରମର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ କି ସରକାରୀ ଯୋଜନା ସହ ସହରାଞ୍ଚଳ ଆର୍ଥିକ ଅନଗ୍ରସରଙ୍କୁ ଯୋଡ଼ିବାର ମାଧ୍ୟମ ହେଉଛି ସହଯୋଗ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଯୋଗଦେଇ ପତାକା ଦେଖାଇ ଏହି ସହଜୋଗ ଗାଡ଼ିକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ଟିଟିଲାଗଡ଼ ପୌର ପରିଷଦର ପୌରାଧକ୍ଷା ଶ୍ରିମତି ମମତା ଦେବି ଜୈନ, ଟିଟିଲାଗଡ଼ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ରିହାନ ଖତ୍ରି, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ ଶତପଥୀ, ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ରମେଶ ଅଗ୍ରୱାଲ, ସିଡ଼ିପିଓ ଶ୍ରୀମତି ସୁଷମା ପାଢ଼ୀ, ୱାର୍ଡ ମେମ୍ବରଙ୍କ ସହିତ ଅନେକ ଜନସାଧାରଣ ଯୋଗଦେଇଥିଲେ।
ଭାରତର ଜଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୧୧ ବର୍ଷର ଅଭୁତ ଯାତ୍ରା ଏବଂ ରାଜ୍ୟ ସରକାରଙ୍କ ବିକାଶ ଧାରାରେ ଏକ ବର୍ଷ ପୂର୍ତ୍ତିର ଉପଲବ୍ଧି ଦ୍ୱାରା ହେଉଥିବା ଉନ୍ନତି ମୂଳକ କାର୍ଯ୍ୟରେ ଲୋକମାନେ କେମିତି ଉପକୃତ ହେବେ ସେହି ବିଷୟରେ ଅବଗତ କରାଗଲା। ଏହି ସହଯୋଗ କାର୍ଯ୍ୟକ୍ରମ ଉପଲକ୍ଷେ କିଛି ହିତାଧିକାରୀଙ୍କୁ ରାସନ କାର୍ଡ, ଭତ୍ତା, ବସୁନ୍ଧରା ଯୋଜନାରେ ଜମି ପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ଅନ୍ତୋଦୟ କାର୍ଡ ବଣ୍ଟନ କରାଯାଇଥିଲା ।ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶୁଭଶ୍ରୀ ସାହୁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق