BREAKING
Loading...
:

ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡିଆ ରେ ଚାଲିଥିବା ବିକାଶ ମେଳା ଉଦଯାପିତ

 



ବ୍ରହ୍ମପୁର ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡିଆ ରେ ଚାଲିଥିବା ବିକାଶ ମେଳା ଶେଷ ହୋଇଛି। ଉକ୍ତ ମେଳା ରେ୧୬୦ ଟି ଷ୍ଟଲ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ଆସି ବିଭିନ୍ନ ପ୍ରକାରର ଦ୍ରବ୍ୟ ବିକ୍ରୀ ହୋଇଥିଲା। ସେଥି ମଧ୍ୟରୁ ୨୫ ରୁ ଅଧିକ ଷ୍ଟଲ ରେ ହସ୍ତତନ୍ତ୍ର ସାମଗ୍ରୀ,୩୦ରୁ ଅଧିକ ଷ୍ଟଲ ରେ ଖାଦ୍ୟ ସାମଗ୍ରୀ ସହ କନ୍ଧମାଳ ହଳଦୀ, କୋରାପୁଟ ରେ ଆଦିବାସୀ ଝୁଣା, ମୟୂରଭଞ୍ଜ ଜିଲ୍ଲାର ଆୟର୍ବେଦ ଜଡ଼ିବୁଟି, ବ୍ରହ୍ମପୁର ସହର ର ବିଭିନ୍ନ ପ୍ରକାରର ଆଚାର ,ପାମ୍ପଡ, ବଡି ଇତ୍ୟାଦି ବିକ୍ରି କରାଯାଇଥିଲା।ମେଳା ର ପ୍ରଥମ ଦିନ ରୁ ଶେଷ ଦିନ ପର୍ଯ୍ୟନ୍ତ ବିକ୍ରି ବଟା କ୍ରମଶଃ ବଢ଼ିବାରେ ପରିଲକ୍ଷିତ ହୋଇଥିଲା। ସାତ ଦିନିଆ ମେଳା ରେ ଜୈବିକ ଉତ୍ପାଦ, ମିଲେଟ୍ ଉତ୍ପାଦ, ହସ୍ତତନ୍ତ,ଜନଜାତି ଉତ୍ପାଦ, ଏବଂ ଏସ ଏସ ଜି ଗୁଡ଼ିକ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଜିଲ୍ଲା ର ସମସ୍ତ ସାମଗ୍ରୀ ମିଶେଇ ମୋଟ ୮୩•୬୩ ଲକ୍ଷ ଟଙ୍କାର ବିକ୍ରି ହୋଇଥିବା ର ଓର୍ମାସ ଡେପୁଟି ସିଇଓ ସତ୍ୟ ପାଇତାଲ ସୂଚନା ଦେଇଛନ୍ତି। ସମସ୍ତ ଷ୍ଟଲ ମାନଙ୍କ ମଧ୍ୟରୁ ଉକ୍ତ ମେଳା ରେ ହୋର୍ତିକଲ୍ଚର ଷ୍ଟଲ କୁ ଶ୍ରେଷ୍ଟ  ଷ୍ଟଲ ରୂପେ ଘୋଷଣା କରିବା ସହ ବେଷ୍ଟ ଆୱାର୍ଡ଼ ଫର୍ ହୋର୍ଟି କଲ୍ଚର ଷ୍ଟଲ କୁ ମନୋନୀତ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS