ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ନିରଞ୍ଜନ ରଥଙ୍କ ପରଲୋକରେ ଶୋକସଭା
ବାଙ୍କୀ(ମାନସ ରଞ୍ଜନ ସାହୁ):ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ ଆଜି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ, ସମାଜର ପୂର୍ବତନ ସଂପାଦକ ଓ ମୁଦ୍ରାକାର ନିରଞ୍ଜନ ରଥଙ୍କ ପରଲୋକରେ ଶୋକ ସଭା ଅନୁଷ୍ଠିତ ହେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ରଥ ଆଠଗଡ଼ରୁ ପୂର୍ବରୁ ପ୍ରକାଶ ପାଉଥିବା ନ୍ୟାୟବତୀ ପତ୍ରିକାର ସଂପାଦକ ଭାବେ ଦୀର୍ଘଦିନ କାଳ କାର୍ଯ୍ୟ କରିଥିଲେ ଏବଂ ପରେ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ ଓ ସଂପାଦକ ଭାବେ ତାଙ୍କର ସୁନାମ ରହିଥିଲା । ସମାଜ ଖବରକାଗଜକୁ ଅଗେଇ ନେବାରେ ତାଙ୍କର ଅବଦାନ ରହିଥିଲା ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ । ପ୍ରେସକ୍ଲବର ସଭାପତି ବଳଭଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ସୁବାସ ଚନ୍ଦ୍ର ପାଢୀ, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କିଶୋର ନୀଳମାଧବ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରେସକ୍ଲବର ସହସଂପାଦକ ତଥା ସମାଜର ପ୍ରତିନିଧି ବିଭୂପ୍ରସାଦ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق