ଅବକାରୀ ବିଭାଗ ନେଲେ ସଂକଳ୍ପ: ନିଶା ନୁହେଁ ଜୀବନ, ରକ୍ତଦାନ ପାଇଁ ଦେଖାଇଲେ ବାଟ
ସମ୍ବଲପୁର: (ମଣିଭଦ୍ରା ଖବର)
ନିଶା ମୁକ୍ତ ଜୀବନ ପାଇଁ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚାଲିଛି ବ୍ୟାପକ ସଚେତନତା। 'ଆମ ସଂକଳ୍ପ ନିଶା ନୁହେଁ, ଜୀବନ' ସ୍ଲୋଗାନ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସରରେ ବିଭାଗ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଅଶୋକ ଦାଶ ଓ ଜିଲ୍ଲା ଅବକାରୀ ଅଧିକାରୀ ଅଶୋକ ସେଠ୍ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ନିଶାଠାରୁ ନିଜକୁ ଦୂରେଇ ରଖିଲେ ସମାଜକୁ ସରସ ସୁନ୍ଦର କରି ଗଢିପାରିବା ବୋଲି ଶିବିରରେ ମତପ୍ରକାଶ ପାଇଥିଲା। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق