BREAKING
Loading...
:

ଖଳିସାହି ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତାର ଉନ୍ନତି କରଣ କେବେ

 ଖଳିସାହି ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତାର ଉନ୍ନତି କରଣ କେବେ ?

 


ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର ) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ବରୁ ନିକଟସ୍ଥ ସାହିକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତି କରଣ ନିମନ୍ତେ ସ୍ଥାନୀୟ ବାସିନ୍ଦା  ଦୀର୍ଘ ଦୀନ ଧରି ଦାବି କରିଆସୁଥିଲେ ହେଁ  ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସାମାନ୍ଯ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି। ଜଳନିଷ୍କାସନ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡିଛି।ବର୍ଷା ଦିନେ ଉକ୍ତ ରାସ୍ତା ଦେଇ ଯାତାୟତ କରିବାକୁ ସ୍ଥାନୀୟ ବାସିନ୍ଦା ଅନିଚ୍ଛା ପ୍ରକାଶ କରୁଛନ୍ତି। ରାସ୍ତାର ଉର୍ଣ୍ଣତିକରଣ ସହ ବର୍ଷା ଜଳନିଷ୍କାସନ ନିମନ୍ତେ  ରାସ୍ତା ପାର୍ଶ୍ବରେ ଡ୍ରେନ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଖଳିସାହି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS