BREAKING
Loading...
:

ପରିତ୍ୟକ୍ତ ଅବସ୍ଥାରେ ନୂଆପୋଖରୀ, ପ୍ରଶାସନର ଦୃଷ୍ଟି ପଡୁ

 ପରିତ୍ୟକ୍ତ ଅବସ୍ଥାରେ ନୂଆପୋଖରୀ, ପ୍ରଶାସନର ଦୃଷ୍ଟି ପଡୁ 


ଖଣ୍ଡପଡ଼ା( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡା ଗ୍ରାମର ପ୍ରଭୂ ଶ୍ରୀ ଲଡ଼ୁକେଶ୍ୱରଜୀଉ ମନ୍ଦିର ନିକଟରେ ଅବସ୍ଥିତ ନୂଆପୋଖରୀଟି ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।ପୋଖରୀରୁ ପଙ୍କ ଉଦ୍ଧାର ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ନତୁବା ବ୍ଲକ ପ୍ରଶାସନ କେହି ହେଲେ ଧ୍ୟାନ ଦେଇନଥିବାରୁ ଅନାବନା ଦଳ ପୋଖରୀ ସାରା ଭର୍ତ୍ତି ହୋଇ ରହିଛି।ଫଳରେ ପୋଖରୀର ପାଣି ଜହର ପାଲଟିଛି।ଉକ୍ତ ପୋଖରୀରେ ନିତ୍ୟକର୍ମ ସାରିବାକୁ ଗ୍ରାମବାସୀମାନେ ଉଚିତ ମଣୁ ନାହାଁନ୍ତି। ପୋଖରୀରେ ସ୍ନାନ ଶୌଚାଦି ଆଦି କାର୍ଯ୍ଯ କଲେ ଦେହ ମୁଣ୍ଡ କୁଣ୍ଢାଇ ହେଉଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ଏକଦା ପୋଖରୀ ଉପରେ ଗ୍ରାମବାସୀ ପୁରା ନିର୍ଭର କରି ଚଳୁଥିବା ବେଳେ ଏବେ ଏହି ପୋଖରୀଟି ଅଞ୍ଚଳବାସୀଙ୍କ ପାଇଁ ଅଲୋଡା ହୋଇପଡିଛି। ପ୍ରକାଶଥାଉକି ଉକ୍ତ ପୋଖରୀଟି ଖଣ୍ଡପଡା ଦେବୋତ୍ତର ବିଭାଗ ଅଧିନରେ ଥିବା ବେଳେ ପୋଖରୀରୁ ପଙ୍କ ଉଦ୍ଧାର ନିମନ୍ତେ ଖଣ୍ଡପଡ଼ା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ କୁମ୍ଭାରପଡା ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ପୋଖରୀର ପୁନରୁଦ୍ଧାର ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ  ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ କୁମ୍ଭାରପଡା ଗ୍ରାମର ଜନସାଧାରଣ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS