BREAKING
Loading...
:

ଗଣିଆରେ " ବିକାଶ ବାହନ ରଥ" ର ଶୁଭାରମ୍ଭ

 ଗଣିଆରେ " ବିକାଶ ବାହନ ରଥ" ର ଶୁଭାରମ୍ଭ

ଗଣିଆ -୧୨/୦୬ ( ମଣିଭଦ୍ରା ଖବର) ସରକାରଙ୍କ ଗତ ଏକ ବର୍ଷର କାର୍ଯ୍ୟ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାର ଙ୍କ ପକ୍ଷରୁ ଜୁନ ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତି ପଞ୍ଚାୟତରେ " ବିକାଶ ବାହନ ରଥ " ପରିକ୍ରମା କରିବ । ଏଥିରେ ଲୋକମାନଙ୍କ ସଚେତନତା ପାଇଁ ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ବ୍ୟାନର, ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯିବା ସହିତ ଏଲ ଇ ଡ଼ି ଜରିଆରେ ବିଭିନ୍ନ ଯୋଜନାର ବିସ୍ତୃତ ସୁଚନା ପ୍ରଦାନ କରାଯାଇ ଲୋକଙ୍କୁ ଏହି ଯୋଜନା  ଗୁଡ଼ିକରେ ସାମିଲ ହେବାପାଇଁ ସଚେତନ କରାଯିବ ।

       ସେହି କ୍ରମରେ ଆଜି ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ କାର୍ଯ୍ୟାଳୟ ଠାରେ ଏହି" ବିକାଶ ବାହନ ରଥ" କୁ   ବିଡ଼ିଓ  ସାଗର ନନ୍ଦ ଓ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କର       ପତାକା ଦେଖାଇ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ, ଅତିରିକ୍ତ ବିଡ଼ିଓ ରତନ ଲାଲ ଲୋହରା, ଗୋବିନ୍ଦ ଚନ୍ଦ୍ର ମହାପାତ୍ର,ବି ପି ସି ପ୍ରଭାକର ସାହୁ, ବ୍ଲକ ର ସମସ୍ତ କର୍ମଚାରୀ ତଥା ମିଶନ ଶକ୍ତି ର ମହିଳାମାନେ ଉପସ୍ଥିତ ଥିଲେ । ଆଜି ଏହି ରଥ  ଆଡକଟା ପଞ୍ଚାୟତରେ ସଚେତନତା ଅଭିଯାନ ଆରଂଭ କରିଛି । ୧୩ ତାରିଖରେ କରଡାପଡା, ୧୪ ତାରିଖରେ ଗଣିଆ,  ୧୫ ତାରିଖରେ କିଶୋର ପ୍ରସାଦ, ୧୬ ତାରିଖରେ ବେଲପଡା ପାଟଣା,୧୭ ତାରିଖରେ ରାସଙ୍ଗ, ୧୮ ତାରିଖରେ ଛାମୁଣ୍ଡିଆ ଓ ୧୯ ତାରିଖରେ ବଡସିଲିଙ୍ଗା ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରିବ ବୋଲି ପ୍ରଶାସନ ତରଫରୁ  ସ୍ଥିର ହୋଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS