BREAKING
Loading...
:

ଜରାଜୀର୍ଣ୍ଣ ଅବସ୍ଥାରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର

 ଜରାଜୀର୍ଣ୍ଣ ଅବସ୍ଥାରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର।

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ପଂଚାୟତ କାର୍ଯ୍ଯାଳୟ ପାର୍ଶ୍ବରେ  ସରକାରଙ୍କ ପକ୍ଷରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏକଦା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରାଯାଇଥିଲା। ଉକ୍ତ କେନ୍ଦ୍ରଟି କିଛି ବର୍ଷ ବ୍ୟବହୃତ ହେବା ପରେ ଏବେ ସଂପୂର୍ଣ୍ଣ ଅଲୋଡ଼ା ହୋଇପଡିଛି।ପ୍ରଶାସନିକ ଉଦାସୀନତା  ଓ କୁମ୍ଭାରପଡା ପଂଚାୟତ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଭିତର ପରିବେଶ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାରୁ ଏହା ବିଷଧର ସରୀସୃପମାନଙ୍କ ନିମନ୍ତେ ନିରାପଦ ଆଶ୍ରୟସ୍ଥଳୀ ପାଲଟିଥିବା ଜଣାପଡିଛି ।ସେହିପରି କେନ୍ଦ୍ର ପରିସରରେ ମିଶନଶକ୍ତି ଗୃହ ନିର୍ମାଣ ହୋଇଥିବା ବେଳେ ବିଷଧର ସରୀସୃପଙ୍କ ଭୟରେ  ମାସିକ ବୈଠକ ପାଇଁ ସେଠାକୁ ମହିଳାମାନେ ଯିବାକୁ ଉଚିତ ମଣୁ ନଥିବା ଜଣାପଡିଛି।ସେହିପରି ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ  କେନ୍ଦ୍ର ପରିସରରେ ବର୍ଷାଜଳ ଜମି ରହୁଛି। ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି। ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ  ଏହି ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ରକ୍ଷଣାବେକ୍ଷଣ ଦିଗରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବୀ କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS