BREAKING
Loading...
:

ହତ୍ୟା ଘଟଣାର ହେଲା ସିନ୍ ରିକ୍ରିଏସନ, ପରିତ୍ୟକ୍ତ କୂଅରୁ ମିଳିଲା ହତ୍ୟାରେ ବ୍ୟବହୃତ ଛୁରୀ

 ହତ୍ୟା ଘଟଣାର ହେଲା ସିନ୍ ରିକ୍ରିଏସନ, ପରିତ୍ୟକ୍ତ କୂଅରୁ ମିଳିଲା ହତ୍ୟାରେ ବ୍ୟବହୃତ ଛୁରୀ

ଗଣିଆ - ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଗ୍ରାମରେ ସାଙ୍ଗକୁ ଛୁରି ଭୂସି ଅତି ନିର୍ମମ ଭାବେ ହତ୍ୟା ଘଟଣାର ଆଜି ସିନ୍ ରିକ୍ରିଏସନ କରିଛି ଗଣିଆ ପୋଲିସ । ଅଭିଯୁକ୍ତ ଗଙ୍ଗାଧର ରାଉତ (ସନିଆ) କିଭଳି ଗ୍ରାମର ପୁରୁଷୋତ୍ତମ ପ୍ରଧାନଙ୍କୁ ଛୁରୀ ଭୂସି ହତ୍ୟା କଲା ସେ  ସମସ୍ତ ଘଟଣା ବର୍ଣ୍ଣନା କରିଛି । ପୋଲିସ ଗାଡିରେ ଅଭିଯୁକ୍ତ ପାଣ୍ଡରାସିଙ୍ଗାରେ ପହଞ୍ଚିବା ପରେ ସେଠାରେ ପ୍ରବଳ ଜନସମାଗମ ହୋଇଥିଲା । 

ତେବେ ଏହି ଘଟଣାରେ ଅଭିଯୁକ୍ତର ପୁଅ ଏବଂ ପୁତୁରା ସଂପୃକ୍ତ ଥିବା ଜଣାପଡିଥିବା ବେଳେ ତାଙ୍କ ଦୁଇଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଏପରିକି ଅଭିଯୁକ୍ତ ସନିଆ ଛୁରୀ ମାରି ସାରିବା ପରେ ଛୁରୀଟିକୁ ଅଭିଯୁକ୍ତର ପୁଅ ଗ୍ରାମ ପଛ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା ।


 ପୁଅକୁ ସାଙ୍ଗରେ ନେଇ ପୋଲିସ ଏବଂ ଦମକଳବାହିନୀ ସେହି କୂଅ ପାଖରେ ପହଞ୍ଚି କୂଅରୁ ପାଣି ମୋଟର ସାହାର୍ଯ୍ୟରେ ପାଣି ଶୁଖାଇ ଛୁରୀଟିକୁ ଜବତ କରିଛନ୍ତି ।  ଏସଡିପିଓ ମଦନମୋହନ ପ୍ରଧାନ, ତହସିଲଦାର ପ୍ରିତିବାଳା ରଣା, ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା,ଏସଆଇ ଶ୍ୟାମସୁନ୍ଦର ପ୍ରଧାନ,ଏଏସଆଇ ମନୋରଞ୍ଜନ ପ୍ରଧାନ, ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲିି ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS