ଆଞ୍ଚଳିକ ରଜ ମହୋତ୍ସବ "ପରଦା" ଉଦଘାଟିତ
ବାଙ୍କୀ, (ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର- ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ତୃତୀୟ ବାର୍ଷିକ ଆଞ୍ଚଳିକ ରଜ ମହୋତ୍ସବ କଳା ସଂସ୍କୃତି ସାମାଜିକ ଅନୁଷ୍ଠାନ"ପରଦା " ଉଦଘାଟନ ହୋଇଛି। ଏଥିରେ ଅନୁଷ୍ଠାନର ସଭାପତି ନରେଶ କୁମାର ସାହୁଙ୍କ ସଭାପତିତ୍ବ ଓ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକଙ୍କ ସଂଯୋଜନାରେ ବାଙ୍କୀ ବିକାଶ ମଞ୍ଚର ପ୍ରତିଷ୍ଠାତା ଶୁଭ୍ରାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି,ଉତ୍କଳ ସାମ୍ବାଦିକ ଆସୋସିଏସନ୍ ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ବାଙ୍କୋଈ ଜୋନ ସଭାପତି ଅରୁଣ କୁମାର ସାହୁ, ବାଙ୍କୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଇଁ ସତ୍ୟ ନାରାୟଣ ସାମନ୍ତ,ଓଡିଶା ହାଇକୋର୍ଟ ଆଇନଜୀବୀ ପ୍ରଦୀପ୍ତ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ ସ୍ଵାଇଁ, ସମାଜସେବୀ ସୁଶାନ୍ତ କୁମାର ନାୟକ ସାମ୍ବାଦିକ ପବିତ୍ର ମହାରଥା, ସମାଜସେବୀ ଦୀପକ ବିଶ୍ଵାଳ ଓ ଅଜିତ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ବୋଲି ମତ ପ୍ରକାଶ କରିଥିଲେ। ସଭାର ପ୍ରାରମ୍ଭ ରେ ମହୋତ୍ସବର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ ଓ ସଦସ୍ୟ ଚନ୍ଦନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଝିଅ ମାନଙ୍କୁ ରଜ ଉତ୍ସବ ପାଳନ ସମ୍ପର୍କ ରେ ଅବଗତ କରାଯାଇଥିଲା. କମିଟି ପକ୍ଷରୁ ରଜପାନସାଙ୍ଗକୁ ପୋଡ଼ ପିଠା ସହ ବିଭିନ୍ନ ପ୍ରକାରର ଓଡ଼ିଆ ଘରର ପିଠା ପ୍ରଦର୍ଶନ ଝୋଟି, ପୁଚିଖେଳ, ଶଙ୍ଖ ଫୁଙ୍କା, ମହିଳା ମାନେ ମ୍ୟୁଜିକ ଚେୟାର, ରଜଗୀତ ଏବଂ ଗ ଢମାଳି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା.ପରେ ଓଡ଼ିଶା ସରକାରଙ୍କ କଳା ସସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରିଥିଲେ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق